Thursday, March 28, 2024

Top 5 This Week

Related Posts

ଓରମାସ ଏଗ୍ରି ମଲ ଉଦ୍ଘାଟନ କଲେ ଜିଲ୍ଲାପାଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୧୨/୧୦) : ଆଜି ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ସ୍ଥାନୀୟ ତୁମ୍ବିଗୁଡା ନିୟନ୍ତ୍ରିତ ବଜାର କମିଟି ପରିସରରେ ଓରମାସ ଏଗ୍ରି ମଲ କୁ ଉଦ୍ଘାଟନ କରିଛନ୍ତି ।

ଜିଲ୍ଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା କୃଷକ ମାନଙ୍କୁ କୃଷି କ୍ଷେତ୍ରରେ ନିବେଶ କରିବା ନିମନ୍ତେ ଓରମାସ ଏଗ୍ରି ମଲ ବିଶେଷ ଭାବରେ ସହାୟକ ହେବ ବୋଲି ଜିଲ୍ଲାପାଳ ଶ୍ରୀମତି ସିଂ କହିଥିଲେ । ବିଶେଷ କରି ଚାଷ କାର୍ଯ୍ୟରେ ବିନିଯୋଗ ପାଇଁ ଉନ୍ନତ ମାନ ର ବିହନ, ଜୈବିକ ସାର, ଜୈବିକ ଔଷଧ, ଉନ୍ନତ ମାନ ର କୃଷି ଯନ୍ତ୍ରପାତି ଓ ଗଛ ଚାରା, ପ୍ରାଣୀଧନ ବିଭାଗ ତରଫରୁ କୁକୁଡ଼ା ଚିଆଁ ଓ କୁକୁଡ଼ା ଖାଦ୍ୟ, କୁକୁଡ଼ା ଔଷଧ ଯୋଗାଇ ଦିଆଯିବ । ସେହିପରି ମତ୍ସ୍ୟ ବିଭାଗ ତରଫରୁ ମାଛ ଖାଦ୍ୟ, ଔଷଧ, ମାଛଧରା ଜାଲ ଓ ଜୈବିକ ଖତ ଆଦି ଯୋଗାଇ ଦିଆଯିବ । କୃଷି ବିଭାଗ ତରଫରୁ କୃଷି ପରାମର୍ଶ ସେବା ଯୋଗାଇ ଦିଆଯିବ । କୃଷକମାନେ ଗୋଟିଏ ସ୍ଥାନରେ ଏ ସବୁ ସାମଗ୍ରୀ ପାଇପାରିବେ ।

ଧର୍ତ୍ତିପେନୁ କୃଷି ଉତ୍ପାଦକ ଓ ବିପଣନ ସଂସ୍ଥା ର ଓ ଓରମାସ ରାୟଗଡ଼ା ତରଫରୁ ଏହି ମଲ ପରିଚାଳନା କରାଯିବ । ଆଜିର ଏହି ଓରମାସ ଏଗ୍ରି ମଲ ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ରବିନାରାୟଣ ତ୍ରିପାଠୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ, ଓରମାସ ଡେପୁଟି ସିଓ ମନୋଜ କୁମାର ପାତ୍ର, ନିୟନ୍ତ୍ରିତ ବଜାର କମିଟି ରାୟଗଡ଼ା ର ସମ୍ପାଦକ ପିପିନ ବିହାରୀ ସ୍ଵାଇଁ, ଓଏଲେଏମ ଡିପିଏମ ହେମନ୍ତ କୁମାର୍ ବାଘ, ଡ଼ିପିସି ମିଶନ ଶକ୍ତି ନିରଞ୍ଜନ ମଲ୍ଲିକ, ଟିଡିସିସିର ଜିଲ୍ଲା ମ୍ୟାନେଜର, ଇଫକୋର ଆଞ୍ଚଳିକ ମ୍ୟାନେଜର, ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ ।

Popular Articles