୩ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କନ୍ଧମାଳ ବାସୀ

ରିପୋର୍ଟ: ଜଗଦୀଶ ଦାସ
କନ୍ଧମାଳ(୨୩/୦୯): କନ୍ଧମାଳ ଜିଲ୍ଲାର ଲୋକମାନେ ଆଜି କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧାମୋହନଙ୍କ ଜରିଆରେ ଶହ ଶହ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ | କନ୍ଧମାଳ ଜିଲ୍ଲାର ପ୍ରତ୍ୟକ ବ୍ଲକରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମର ଲୋକମାନେ ତିନି ଦଫା ଦାବି ପୂରଣ ପାଇଁ ଚିଠି ଲେଖିଛନ୍ତି ।

ପିପୁଲ୍ସ ଫୋରମ ତରଫରୁ ବାରମ୍ବାର ଏହି ତିନି ଦଫା ପାଇଁ ଦାବି କରିଆସୁଛି ହେଲେ ସରକାର ଆଜି ପର୍ଯ୍ୟନ୍ତ ସରକାରୀ ମେଡ଼ିକାଲ କଲେଜ, ଫୁଲବାଣୀକୁ ରେଲସଂଯୋଗ, ସ୍ଥାୟୀ ଜମି ପଟ୍ଟା ଯୋଗେଇ ପାରୁନାହାନ୍ତି ।ବିଭିନ୍ନ ସମୟରେ ନବ ନିର୍ବାଚିତ ଏମ .ପି ମାନେ କନ୍ଧମାଳ ବାସୀଙ୍କୁ ସାନ୍ତ୍ବନା ଦେଲାଭଳି କେନ୍ଦ୍ରରେ କନ୍ଧମାଳ ପାଇଁ ପଦଟିଏ କହିଥାନ୍ତି ଏବଂ ତାହା ସୋସିଆଲ ମେଡିଆରେ ଭାଇରାଲ କରିଥାନ୍ତି | ଫଳରେ କନ୍ଧମାଳ ବାସି ଉତ୍ସାହିତ ହେଇଥାନ୍ତି କିନ୍ତୁ ଶେଷରେ ନା ମେଡ଼ିକାଲ କଲେଜ, ନା ରେଲ ସଂଯୋଗ ନା କଣ ଶେଷରେ ହତାଶ ହେଇଥାନ୍ତି । ତେଣୁ ଏବେ କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ଶ୍ରୀ ରାଧାମୋହନ ମହାପାତ୍ର ଓ କନଭେନର ବରିଷ୍ଠ ସାମ୍ବାଦିକ ଶ୍ରୀ ସୁନିଲ ପଟନାୟକଙ୍କ ନେତୃତ୍ୱରେ ଜିଲ୍ଲାବାସୀଙ୍କୁ ଏକତ୍ର କରି ତିନି ଲକ୍ଷ ଲୋକ ତିନି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ଅଭିଯାନ ଆରମ୍ଭ କରିଛନ୍ତି । ଅତିଶୀଘ୍ର ଦାବୀ ଗୁଡିକକୁ ପୂରଣ କରିବା ପାଈଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି କନ୍ଧମାଳର ବୁଦ୍ଧିଜୀବୀ, ଆଇନଜୀବୀ, ଜନସାଧାରଣ ଦାବି କରିଛନ୍ତି।

Comments are closed.