ପୋଲିସ ଦ୍ୱାରା ଉଦ୍ଧାର ହେଲେ ଦାଦନ ଶ୍ରମିକ : ନିଜ ନିଜ ଘରକୁ ପଠେଇଲା ପୋଲିସ

0
107
ପୋଲିସ ଦ୍ୱାରା ଉଦ୍ଧାର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ, ତା (୧୨/୧୦) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ହାଇସ୍କୁଲ ଛକ ଠାରେ ପେଟ୍ରୋଲିଂ ବେଳେ ପୋଲିସ ୫ ଶିଶୁ ସମେତ ୧୬ ଦାଦନ ଶ୍ରମିକ ମଙ୍ଗଳବାର ଅପରାହ୍ନରେ ପୋଲିସ ଦ୍ୱାରା ଉଦ୍ଧାର କରିଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ଼ଙ୍କ ନେତୃତ୍ୱରେ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ବୋଲେରୋ ଗାଡି ଦୃତ ଗତିରେ ଯାଉଥିବାରୁ ତାକୁ ଅଟକାଇ ପଚରା ଉଚୁରା କରିଥିବା ବେଳେ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣି ପାରିଥିଲେ ଓ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା । ଏହା ପରେ ବୋଲେରୋ ସହ ସମସ୍ତଙ୍କୁ ଖପ୍ରାଖୋଲ ଥାନାକୁ ଆଣିଥିଲେ । ପଚରା ଉଚୁରା ବେଳେ ଶ୍ରମିକମାନେ ଭାନପୁର ଗାଁ’ର ଓ ବରଗଡ଼ ଜିଲ୍ଲା ପାଇକମାଲ ଥାନା ନିଲାଥର ଗାଁ’ର ବୋଲି ଜଣାଯାଇଥିଲା । ମୋଟ ଚାରିଜଣ ପୁରୁଷ, ଛଅ ଜଣ ମହିଳା ଓ ପାଞ୍ଚ ଜଣ ଶିଶୁଙ୍କୁ ପୋଲିସ ଉଦ୍ଧାର କରି ନିଜ ନିଜ ଘରକୁ ପଠାଇ ଦେଇଥିବା ଜଣାପଡିଛି ।

ଦାଦନ ଚାଲାଣ ଅଭିଯୋଗରେ ବେଲପଡ଼ା ଥାନା ଜାମଜୁରି ଗାଁ’ର ବିଶ୍ୱନାଥ ତାଣ୍ଡି (୪୦) ଓ ଗାଡ଼ି ଡ୍ରାଇଭର ଧୁବୁଲେଶ୍ୱର ସାହୁ (୩୧) ଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଦାଦନ ଚାଲାଣ ହେଉଥିବା ବୋଲେରୋ (ଓଆର ୦୫ ଟି ୪୧୫୦) କୁ ଜବତ କରିଥିବା ଜଣାପଡିଛି ।

ଏ ନେଇ ଖପ୍ରାଖୋଲ ଥାନା କେସ ନମ୍ବର ୧୬୩/୨୨ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ, ଦିନେ ତଳେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ବେଆଇନ ଦାଦନ ଚାଲାଣ ଉପରେ କଡା କଡ଼ି ନଜର ରହିଥିବା କହିଥିବା ବେଳେ ଏବେ ଖପ୍ରାଖୋଲ ଥାନା ଦାଦନ ଶ୍ରମିକ ଉଦ୍ଧାର ଘଟଣା ବେଆଇନ ଦାଦନ ଚାଲାଣ ପାଇଁ ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ଥିବା ଜଣାପଡ଼ିଛି ।