ବ୍ୟାଙ୍କ ମେନେଜରଙ୍କ ହୃତଘାତରେ ମୃତ୍ୟୁ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୨୩/୦୯): ପାଇକମାଲ ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ଶାଖାର ପରିଚାଳକ କିଶୋର ପତିଙ୍କ ହଠାତ ହୃତଘାତରେ ମୃତ୍ୟୁ ହୋଇଯାଇଛି |

ଆଜି ସକାଳେ ପଦ୍ମପୁର ବାସଭବନରୁ ନିଜର କାର୍ଯ୍ୟସ୍ଥଳି ପାଇକମାଲକୁ ଯାଉଥିବା ସମୟରେ ଗୋଇବାହାଲି ନିକଟରେ ମୁଣ୍ଡ ବୁଲାଉଛି କହିଥିଲେ | ତାଙ୍କୁ ତୁରନ୍ତ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇ ଥିଲା | ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ସେ ଜଣେ ମେଳାପି ଓ କର୍ମଠ ବ୍ୟକ୍ତି ଥିଲେ | ତାଙ୍କ ମୃତ୍ୟୁରେ ସମବାୟ ପ୍ରେମିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments are closed.