ଅପହଞ୍ଚ ଇଲାକାରେ ଗୁଣୁପୁର ବିଧାୟକ

ରିପୋର୍ଟ: ଲୋକନାଥ ସାହୁ
ଗୁଡାରି(୨୨/୯/୨୦୧୯): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଞ୍ଚୟତର ଅପହଞ୍ଚ ଇଲାକା ଲଦୀରି ଗ୍ରାମ । ଗୁଡାରି ଠାରୁ ୧୧କିଲୋମିଟର ଭଲ ରାସ୍ତାରେ ଯିବାପରେ ପାହାଡ ଉପରେ ଲଦୀରି ଗ୍ରାମ । ସ୍ୱାଧୀନର ଦୀର୍ଘବର୍ଷ ପରେ ମଧ୍ୟ ଏହି ଗ୍ରାମକୁ ରାସ୍ତା ନାହିଁ, ଦୀର୍ଘ ୫କିଲୋମିଟର ଅତିକ୍ରମ କଲାପରେ ପାହାଡ଼ ଉପରେ ଗାଁ ।

ପ୍ରାୟ ୫୦ରୁ ଅଧିକ ଘର ଏହି ପାହାଡ଼ରେ ବାସକରନ୍ତି ।ଏହିପରି ଅପହଞ୍ଚ ଇଲାକାରେ ଆଜି ପହଞ୍ଚି ଥିଲେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ | ସେମାନଙ୍କସହ ସାମିଲହୋଇ ସମସ୍ତ ଦୁଃଖ, ଦୁର୍ଦ୍ଧଶା ନିଜେ ଶୁଣିଥିଲେ । ପିଇବା ପାଣି ପାଇଁ ୩କିଲୋମିଟର ପାହାଡ଼ ତଳକୁ ଓହ୍ଲାଇ ପାଣି ନେବାକୁ ପଡିଥାଏ । ହାଣ୍ଡିଏ ପାଣିରେ ପରିବାର ଲୋକେ ସନ୍ତୁଷ୍ଟ ହେବାକୁ ପଡିଥାଏ । ଗମନାଗମନ, ସ୍ୱାସ୍ଥ୍ୟସେବା,ପିଇବା ପାଣି ଭଳି ବାହୁତ ସରକାରୀ ସୁବିଧା ରୁ ବଞ୍ଚିତ ଏହି ଇଲାକାର ନିରୀହ ଆଦିବାସୀ ମାନେ | ସମସ୍ତ ପ୍ରକାର ଅସୁବିଧାକୁ ଆଡେଇ ଦେଇ ନିଜେ ପାଦରେ ଚାଲି ପାହାଡ଼ ଉପରେ ପହଞ୍ଚିଥିଲେ | ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଆଜି ପାହାଡ ଚଢି ସେମାନଙ୍କ ପାଖରେ ପହଞ୍ଚି ଥିଲେ । ସାଙ୍ଗରେ ଦଳୀୟ କର୍ମୀଙ୍କୁ ନେଇ ଯାଇଥିଲେ । ଲଦୀରି ବାସୀଙ୍କୁ ଆଶ୍ୱାସନା ଦେଇ ଫେରିଛନ୍ତି ବିଧାୟକ ।

Comments are closed.