Friday, March 29, 2024

Top 5 This Week

Related Posts

ବେଆଇନ ଘରୋଇ ବନ୍ଧୁକ କାରଖାନା ଠାବ : ଜଣେ ଗିରଫ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୧/୧୦) : ବୌଦ୍ଧ ଜିଲ୍ଲାରେ ଚାଲିଥିବା ବେଆଇନ ଘରୋଇ ବନ୍ଧୁକ କାରଖାନା କୁ ଆଜି ବୌଦ୍ଧ ପୋଲିସ ଠାବ କରି ୪ ବନ୍ଧୁକ, ୨ ପିସ୍ତଲ ସହ ବ୍ୟାପକ ସାମଗ୍ରୀ ଜବତ ସହିତ ଅପରାଧୀ ଜଣକୁ ଗିରଫ କରିଛି ।

ଘଟଣା ଅନୁଯାଇ ବୌଦ୍ଧ ଜିଲ୍ଲାର ଉପାନ୍ତ ପଞ୍ଚାୟତ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ର ସାଲେଇପଡାରେ ଏହି ବେଆଇନ ଘରୋଇ ବନ୍ଧୁକ କାରଖାନା ଠାବ ହୋଇଛି । ଦିର୍ଘ ଦିନରୁ ଏହି ଅଞ୍ଚଳରେ ବେଆଇନ ବନ୍ଧୁକ କାରଖାନା ଚାଲିଆସୁଥିଲେ ହେଁ ସ୍ଥାନୀୟ ପୋଲିସ ପାଖରେ ଏ ନେଇ କୌଣସି ଖବର ନଥିଲା । ତେବେ ଏନେଇ ବୌଦ୍ଧ ଜିଲ୍ଲାର ସ୍ୱତନ୍ତ୍ର ସ୍କାର୍ଡ ଖବର ପାଇ ଗତକାଲି ବିଳମ୍ବିତ ରାତ୍ରୀରେ ମନମୁଣ୍ଡା ପୋଲିସ ସହ ମିଶି ଚଢାଉ କରିଥିଲା । ଫଳରେ ସାଲେଇପଡା ର ଶେଷଦେବ ବିନ୍ଧାଣୀଙ୍କ ଘର ଭିତରେ ଚାଲିଥିବା ବେଆଇନ ବନ୍ଧୁକ କାରଖାନାକୁ ଠାବ କରିଥିଲା । ସେଠାରେ ୪ ଗୋଟି ଦେଶୀ ବନ୍ଧୁକ, ୨ ଗୋଟି ଦେଶୀ ପିସ୍ତଲ ସହ ବ୍ୟାପକ ମାତ୍ରାରେ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । କାଠ ଓ ଲୁହାକୁ ବ୍ୟବହାର କରାଯାଇ ଏସବୁ ବନ୍ଧୁକ ତିଆରି ହେଉଥିବା ଜଣାପଡିଛି ।

ଏହି ଘଟଣାରେ ଶେଷଦେବ ବିନ୍ଧାଣୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ମନମୁଣ୍ଡା ପୋଲିସ । ତେବେ କେବେଠାରୁ ସାଲେଇପଡାରେ ଏହି ବେଆଇନ ବନ୍ଧୁକ କାରଖାନା ଚାଲିଆସୁଥିଲା । ଏହାର ଲିଙ୍କ କେଉଁ ଅଞ୍ଚଳ ସହ ରହିଛି ଏବଂ ଆଉ କେଉଁମାନେ ଏହା ସହ ଜଡିତ ଅଛନ୍ତି ସେ ନେଇ ପୋଲିସ ର ତଦନ୍ତ ପ୍ରକ୍ରୀୟା ଆରମ୍ଭ ହୋଇଥିବା ବୌଦ୍ଧ ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Popular Articles