ଅସାମାଜିକ କାର୍ଯ୍ୟକଳାପ ପାଇଁ ସାମ୍ବାଦିକଙ୍କ ବିରୁଦ୍ଧରେ ଥାନାରେ ଏତଲା

0
364
ଅସାମାଜିକ କାର୍ଯ୍ୟକଳାପ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୧/୧୦) : ଆଜି ଗୁଣପୁର ବ୍ଲକ୍ ଅନ୍ତର୍ଗତ ଶିରିଝୋଳି ଗ୍ରାମ ର ଶତାଧିକ ପୁରୁଷ ଓ ମହିଳା ଗୁଣପୁର ଆଦର୍ଶ ଥାନାରେ ପହଞ୍ଚି ଉକ୍ତ ଗ୍ରାମ ର ସାମ୍ବାଦିକ ବୃତ୍ତି କରୁଥିବା ଚେପାଲି ପ୍ରେମ କୁମାର ନାମକ ଜୈନିକ ବ୍ୟକ୍ତିଙ୍କ ଅସାମାଜିକ କାର୍ଯ୍ୟକଳାପ ପାଇଁ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛନ୍ତି ।WhatsApp Image 2022 10 11 at 3.56.01 PM ଅସାମାଜିକ କାର୍ଯ୍ୟକଳାପ ପାଇଁ ସାମ୍ବାଦିକଙ୍କ ବିରୁଦ୍ଧରେ ଥାନାରେ ଏତଲା

ଗ୍ରାମବାସୀଙ୍କ ମୁତାବକ ଦିର୍ଘ ତିନି ବର୍ଷ ହେଲା ଜୈନକ ବ୍ୟକ୍ତି ଜଣକ ଗ୍ରାମ ର ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଅସାମାଜିକ କାର୍ଯ୍ୟକଳାପ କରିବା ସହ ଗଣ୍ଡଗୋଳ କରୁଛନ୍ତି । ଗଣେଶ ପୂଜା, ସରସ୍ଵତୀ ପୂଜା ଓ ଅନ୍ୟାନ୍ୟ ପୂଜା ପର୍ବ ହରିଜନ ସାହିରେ ପାଳନ କଲେ ତୁମେ ହିନ୍ଦୁ ପର୍ବ ପାଳନ କରିପାରିବ ନାହିଁ ବୋଲି ଗଣ୍ଡଗୋଳ କରି ପୂଜା ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଅଭିଯୋଗ ମୁତାବକ ଅଭିଯୁକ୍ତ, ତାଙ୍କ ପୁଅ ଓ ଭାଇ ମିଶି ସାହି ର ମହିଳା ଓ ଝିଅ ମାନେ ଝାଡ଼ା ପରିସ୍ରା ଯିବା ସମୟରେ ମୋବାଇଲରେ ଭିଡିଓ ଉଠାଉଛନ୍ତି ଓ ଆମ କଥା ନ ଶୁଣିଲେ ଭିଡିଓ ଭାଇରାଲ କରିବୁ ବୋଲି ଧମକ ଦେଉଛନ୍ତି ।

ଗତ ୯/୧୦/୨୨ ତାରିଖ ଦିନ ହରିଜନ ସାହିରେ ନନ୍ଦିଆମା ପୂଜା ଚାଲିଥିବା ସମୟରେ ଅଭିଯୁକ୍ତ ମାତାଲ୍ ଅବସ୍ଥାରେ ପୂଜା ନିକଟକୁ ଆସି ମହିଳା ମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିବା ଓ ହିନ୍ଦୁ ପୂଜା ବନ୍ଦ ନକଲେ ପରିସ୍ଥିତି ଖରାପ ହେବ ବୋଲି ଧମକ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।WhatsApp Image 2022 10 11 at 3.56.00 PM ଅସାମାଜିକ କାର୍ଯ୍ୟକଳାପ ପାଇଁ ସାମ୍ବାଦିକଙ୍କ ବିରୁଦ୍ଧରେ ଥାନାରେ ଏତଲା

ବାରମ୍ବାର ଏପରି ଅସାମାଜିକ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଆଜି ଶିରିଝୋଳି ହରିଜନ ସାହି ର ଶତାଧିକ ପୁରୁଷ ଓ ମହିଳା ଗୁଣପୁର ଆଦର୍ଶ ଥାନାରେ ଚେପାଲି ପ୍ରେମ କୁମାରଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।