ଗାନ୍ଧୀବାର୍ତ୍ତା ବାଣ୍ଟୁଛନ୍ତି ୯୭ବର୍ଷୀୟ ନିଶାକର ଦାଶ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୩/୦୯): ବୈପାରୀଗୁଡା ସଦର ମହକୁମାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗୁମ୍ମାରେ ଦେଶର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି | ଏହି କାର୍ଯ୍ୟକ୍ରମରେ ଗାନ୍ଧିଜୀଙ୍କ ବାର୍ତ୍ତା ବାଣ୍ଟୁଥିବା ୯୭ବାର୍ଷିୟ ଗାନ୍ଧୀବାଦୀ ନେତା ନିଶାକର ଦାସ ଯୋଗଦେଇ ଦେଶରୁ ଦରିଦ୍ର, ଅନାହାର, ଦୁର୍ନୀତି, ଭ୍ରଷ୍ଟାଚାର ଦୂର କରିବାକୁ ହେଲେ ପୁଣି ଥରେ ଗାନ୍ଧିଜଙ୍କ ଅହିଂସା ମନ୍ତ୍ର ଓ ସତ୍ୟାଗ୍ରହ ମନ୍ତ୍ର ଘରେ ଘରେ ପହଞ୍ଚାଇବା ଜରୁରୀ ବୋଲି ମତ ରଖିଥିଲେ |

ସେହିପରି ବରିଷ୍ଠ ସାମାଜିକ କର୍ମୀ କୃଷ୍ଣ ସିଂ ଆଜିର ପରିସ୍ଥିତିରେ ଗାନ୍ଧିଜୀଙ୍କ ନିତି ଓ ଆଦର୍ଶର ଆବଶ୍ୟକ ଜରୁରୀ ବୋଲି ଉପସ୍ଥିତ ଛାତ୍ରୀଙ୍କୁ ବୁଝାଇଥିଲେ | ଏବଂ ଏହି ଯାତ୍ରାର ମୁଖ୍ୟ ଉଦେଶ୍ୟ ସ୍ୱାଧୀନ ପାଇଁ ସମସ୍ତେ ଏକଜୁଟ ହୋଇ ଦେଶରୁ ଗୋରା ସରକାରଙ୍କୁ ଯେମିତି ହଟlଇ ଥିଲେ, ଠିକ ସେମିତି ବର୍ତମାନ ଦେଶରୁ ଦୁର୍ନୀତି ହଟାଇବା ପାଇଁ ଗାନ୍ଧୀନିତି ଆବଶ୍ୟକ ରହିଛି ବୋଲି ଶ୍ରୀ ସିଂ ସୁଚାଇଥିଲେ | ଗାନ୍ଧୀବାଦୀ ନେତା ରଂଜିତ ଦେହୁରୀ ଅଗାମି ୧୫୦ତମ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ଏବଂ ବୈପାରୀଗୁଡା ବ୍ଲକର ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ପୀଠ ତେନ୍ତୁଳୀଗୁମାରୁ ଦୀପ ଉଠିବ ବୋଲି ସୂଚନା ଦେଇଥିଲେ | ଶେଷରେ ସର୍ବଧର୍ମ ସହ କାର୍ଯ୍ୟକ୍ରମ ସୋମାପନ ହୋଇଥିଲା | ଶ୍ରୀ ଦାସଙ୍କର ଏହି ଯାତ୍ରା ସେପ୍ଟେମ୍ବର ୨ତାରିଖରୁ ଆରମ୍ଭ ହୋଇଥିବା ବେଳେ ଅବିଭକ୍ତ କୋରାପୁଟ ତଥା ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଅଂଚଳରେ ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ମନ୍ତ୍ରକୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ୍ୟମରେ ଘରେ ଘରେ ପହଁଚେଇଁଥିବା ଜଣାପଡିଛି | ଏହି ଗାନ୍ଧୀବାଣୀ ଓଡିଶା ସାରା ପ୍ରଚାର ପ୍ରସାର ହେବ ବୋଲି ଜଣାପଡିଛି |

Comments are closed.