Advertisements
Tuesday, June 2, 2020
Home Cultural & Festival ବରଗଡ କର୍ମଜିବୀ ସାମ୍ବାଦିକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ

ବରଗଡ କର୍ମଜିବୀ ସାମ୍ବାଦିକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ

ରିପୋର୍ଟ: ନିରୋଜ କୁମାର ପାଣି
ବରଗଡ(୨୨।୯): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକ ସୁସ୍ଥ ସମାଜ ଗଠନରେ ଜଣେ ଜଣେ ଜାଗ୍ରତ ପ୍ରହରୀ ଭାବେ କର୍ମ କରିଥାନ୍ତି ବୋଲି ବରଗଡ ଓଡିଶା କର୍ମଜିବୀ ସାମ୍ବାଦିକ ସଂଘ ତରଫରୁ ନୂଆଁଖାଇ ଭେଟଘାଟ ଉତ୍ସବ‐୨୦୧୯ ରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ।

ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ପାଳିତ ହୋଇଥିବା ନୂଆଁଖାଇ ଭେଟଘାଟ ଉତ୍ସବରେ ସାମ୍ବାଦିକ ସଂଘ ସଭାପତି ଆଶୁତୋଷ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଦିନଦୟାଲ ଖବରକାଗଜ ସଂପାଦକ ଶିବ ଶରଣ ମିଶ୍ର, ସମ୍ମାନୀତ ଅତିଥି ବିଦ୍ୟାସାଗର ଏକାଡେମୀ ଅଧ୍ୟକ୍ଷ କେ.ଏସ୍. ଭି.ଭି.ଏସ୍ ପ୍ରସାଦ, ଜିଲ୍ଲା ଓକିଲ ସଂଘ ଉପ ସଭାପତି ସରୋଜ ତ୍ରିପାଠୀ, କର୍ମଜିବୀ ସାମ୍ବାଦିକ ସଂଘ ସଂପାଦକ ପରମାନନ୍ଦ ମିଶ୍ର ଯୋଗ ଦେଇଥିଲେ । ଗୌର ଲେବିଡି ସଭା ପରିଚାଳନା କରିଥିଲ । ଶେଷରେ ସଂଘର ସହ ସଂପାଦକ ଗୋପୀନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗୌର ଚରଣ ସା, ଅଶ୍ବିନୀ କୁମାର ତ୍ରିପାଠୀ, ସୁବ୍ରତ ବିର୍ତ୍ତିଆ, ଶ୍ରୀକାନ୍ତ ପଣ୍ତା, ଉଦୟ ବାରିକ, ବଂଶୀଧର ମାଝୀ, ସୁଶ୍ରୀ ସୌଭାଗ୍ୟଲକ୍ଷ୍ମୀ ଦାସ, ବର୍ଷାରାଣୀ ଷଣ୍ଢ, ବଳବନ୍ତ ପାତ୍ର ପ୍ରମୁଖ କବି କଳାକାର, ସମାଜସେବୀ ଓ ସାମ୍ବାଦିକ ମାନଙ୍କୁ ସମ୍ବଦ୍ଧିତ କରାଯିବା ସହ ରୋନବୋ ପବ୍ଲିକ ସ୍କୁଲ ଓ ବିଦ୍ୟାସାଗର ଏକାଡେମୀ ସ୍କୁଲର ଛିତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇ ଥିଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: