ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିନିକାରେ ଉଚ୍ଛେଦ

0
145
ମଡେଲ ବସଷ୍ଟାଣ୍ଡ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୯) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ସ୍ଥିତ ନୂଆଁ ବସଷ୍ଟାଣ୍ଡକୁ ସରକାର ଏକ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ନିର୍ମାଣ କରିବା ସହ ଏ ନେଇ ଗତ କିଛି ମାସ ତଳେ ଏହାର ପରିସରରେ ଥିବା ବେଆଇନ ଜବରଦଖଲ ପ୍ଲଟ ଗୁଡ଼ିକୁ ପ୍ରଶାସନ ପକ୍ଷରୁ ତତ୍ପରତାର ସହିତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ ।WhatsApp Image 2022 10 11 at 12.10.46 PM 1 ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିନିକାରେ ଉଚ୍ଛେଦ

ତେବେ ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବେଆଇନ ଜବରଦଖଲକାରୀଙ୍କ କବ୍ଜା ରୁ ଜେସିବି ମେସିନ ସାହାଯ୍ୟରେ ଏହାର ପରିସରକୁ ହଟାଯିବାର ମାତ୍ର ଦିନ କେଇଟା ପରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ରହିତାଦେଶ ପାଇଁ ଉଚ୍ଛେଦରେ ପ୍ରଶାସନକୁ ପ୍ରତିବନ୍ଧକ ସମସ୍ୟା ସୃଷ୍ଟି ହୋଇଥିଲା । ଏପରି ସ୍ଥିତିରେ ଆବେଦନ କ୍ରମେ ମାନ୍ୟବର କୋର୍ଟ ଉକ୍ତ ମୋକଦ୍ଦମାକୁ ବିଚାର କରିବା ପରିପ୍ରେକ୍ଷୀରେ ଆବେଦନକାରୀ କିମ୍ବା ଏହି ମୋକଦ୍ଦମା ର ଅପରପକ୍ଷଙ୍କ ଦ୍ଵାରା ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପୁନଃ ଆବେଦନ ହୋଇ ନଥିବାରୁ ମାନ୍ୟବର କୋର୍ଟ ଉକ୍ତ ମୋକଦ୍ଦମାକୁ ବିଚାର କରି ଏହାର ଫଇସାଲା ରାୟ ପ୍ରକାଶ କରିଥିଲେ ।

ତେବେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଠାରୁ ପ୍ରଶାସନ ଏହାର ପରିସରକୁ ଉଚ୍ଛେଦ ସକାଶେ ପୁନଃ ଆଦେଶ ପାଇବା ପରେ ପ୍ରଶାସନ ଏହାକୁ ଗମ୍ଭୀରତାର ଗ୍ରହଣ କରିବା ସହ ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ପରିସରକୁ ବେଆଇନ ପ୍ଲଟ ଅକ୍ତିଆର କରିଥିବା ସ୍ଥାନକୁ ଏକ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତିରେ ଆଜି ପୁନର୍ବାର ଉଚ୍ଛେଦ କାମ ଆରମ୍ଭ କରିଛି ।WhatsApp Image 2022 10 11 at 12.10.46 PM ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିନିକାରେ ଉଚ୍ଛେଦ

ଏ ନେଇ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କ ସହ ଥାନା ଅଧିକାରୀ ପବିତ୍ର କୁମାର ସାହୁ ଏବଂ ବିନିକା ବିଜ୍ଞାପିତ ପରିଷଦ ର ନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥଙ୍କ ସମେତ ବିନିକା ତହସିଲ କାର୍ଯ୍ୟାଳୟ ର ରାଜସ୍ୱ ପରିଦର୍ଶକ ନୀଳମଣି କୁଅଁର, ବିନିକା ସଦର ରାଜସ୍ୱ ସର୍କଲ ଇନ୍ସପେକ୍ଟର ବସନ୍ତ କୁମାର ବରିହା, ତହସିଲ କାର୍ଯ୍ୟାଳୟ ର ଅମିନ ବୈକୁଣ୍ଠନାଥ ରାଉତ ଓ ବିନିକା ଏନଏସି କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଅପରପକ୍ଷରେ ବସଷ୍ଟାଣ୍ଡ ପରିସରରେ ଥିବା ସୁଲଭ ଶୌଚାଳୟ ଟିକୁ ମଧ୍ୟ ପ୍ରଶାସନ ଭାଙ୍ଗି ଦେଇଛି । ଯାହା ଫଳରେ ଯାତ୍ରୀ ମାନେ ଅସୁବିଧା ର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।