ରାୟଗଡା ସହରରେ ଏକ ଭଡ଼ା ଘରୁ ୨ଯୁବତୀ ଉଦ୍ଧାର, ୩ଜଣ ଯୁବକ ଅଟକ

ରିପୋର୍ଟର-ଗୋପୀନାଥ ଗୌଡ଼,ଅମୁଲ୍ୟ ନିସଙ୍କ
ରାୟଗଡା (୨୨/୦୯/୨୦୧୯): ରାୟଗଡ଼ା ଜେ.କେ ରୋଡ଼ ଏଫ.ସି.ଆଇ ଛକ ନିକଟରେ ଏକ ଭଡ଼ା ଘରେ ରାୟଗଡ଼ା ପୋଲିସ ଚଢାଉ କରି ୨ଜଣ ଯୁବତୀଙ୍କୁ ଉଦ୍ଧାର କରିବା ୩ଜଣ ଯୁବକକୁ ଅଟକ ରଖିଛି । ଉକ୍ତ ଭଡ଼ା ଘରେ ସେକ୍ସ ରାକେଟ ଚାଲୁଥିବା ଖବର ପାଇ ସଦର ପୋଲିସ ଚଢାଉ କରିଥିଲା ।

ଏହି ସମୟରେ ଉକ୍ତ ବନ୍ଦ କୋଠରୀ ମଧ୍ୟରେ ଦୁଇଜଣ ଯୁବତୀଙ୍କ ସହ ତିନି ଜଣ ଯୁବକ ଆପତ୍ତି ଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ ପୋଲିସ । ଏହାପରେ ଉକ୍ତ ଘରୁ ଦୁଇ ଯୁବତୀଙ୍କ ସହ ସ୍ଥାନୀୟ ୩ଜଣ ଯୁବକକୁ ଠାବ କରି ପୋଲିସ ଥାନାରେ ନେଇ ଅଟକ ରଖିଛି । ଯୁବତୀ ଦୁଇଜଣ ପରିଚୟ ମିଳିନଥିବା ବେଳେ ଏଠାରେ ବିଭିନ୍ନ ଦେହ ବ୍ୟବସାୟ ଚାଲିଥିବା ପୋଲିସ ଅନୁମାନ କରୁଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ଚଢାଉରେ ଥାନା ଆଇ.ଆଇ.ସି ନିହାର ରଂଜନ ପ୍ରଧାନ ଏସ.ଆଇ ମାନସ କୁମାର ସାହୁ,ରିଗାନ କିଣ୍ଡୋ,ଟି.ଏ.ଖାନ ଓ ଜୟସ୍ମିତା ବେହେରା ଏହି ଚଢାଉରେ ଥିଲେ ।

Comments are closed.