Friday, March 29, 2024

Top 5 This Week

Related Posts

୨୦ ଲିଟର ମଦ ଜବତ : ଜଣେ ଗିରଫ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୦/୯) : ବିନିକା ଥାନା ଅନ୍ତର୍ଗତ ସେଲେଡି ଛକ ଠାରେ ଜଣଙ୍କ ଠାରୁ ୨୦ ଲିଟର ମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ସେଲେଡି ଗ୍ରାମ ର ସୁଶାନ୍ତ ବାଗ ।WhatsApp Image 2022 10 11 at 10.34.26 AM 1 ୨୦ ଲିଟର ମଦ ଜବତ : ଜଣେ ଗିରଫ

ସୂଚନା ଅନୁସାରେ ଅବକାରୀ ଆରକ୍ଷୀ ଅଧିକ୍ଷକ ସୁମତି ତ୍ରିପାଠୀ ଙ୍କ ନିର୍ଦ୍ଦେଶ କ୍ରମେ ବିନିକା ଅବକାରୀ ବିଭାଗ ସୁଶାନ୍ତ ବାଇକ ନଂ (ଓଡି ୩୧ ଏଚ ୧୬୨୪) ଯୋଗେ ମଦ ନେଇକି ଯାଉଥିବା ଖବର ପାଇଥିଲେ । ସେଲେଡି ଛକ ଠାରେ ତାଙ୍କୁ ଅଟକାଇ ଯାଞ୍ଚ କରିବା ପରେ ୨୦ ଲିଟର ଦେଶୀ ରନ୍ଧା ମଦ ବାହାରିଥିଲା । ମଦ ଏବଂ ବାଇକ କୁ ଜବତ କରିବା ସହିତ ବିନିକା ଅବକାରୀ କାର୍ଯ୍ୟାଳୟରେ ଏକ ମାମଲା ରୁଜ୍ଜୁ କରିବା ପରେ ସୁଶାନ୍ତ କୁ ଗିରଫ କରି ବିନିକା କୋର୍ଟ କୁ ଚାଲାଣ କରାଯାଇଥିଲା ।

ସେଠାରେ ଜାମିନ ନାମଞ୍ଜୁର ହେବାରୁ ସୋନପୁର ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି । ଏହି ଚଢ଼ାଉରେ ବିନିକା ଅବକାରୀ ଉପନିରୀକ୍ଷକ ଗୋବର୍ଦ୍ଧନ ରଣା, ଏଏସ ଆଇ କେଶବ ଧରୁଆ, କନଷ୍ଟେବଳ ଭେଙ୍କଟ ରମଣ ବେହେରା, ପ୍ରଶାନ୍ତ ପରିଡା, ମମତା ବାଘ ପ୍ରମୁଖ ସାମିଲ ଥିଲେ ।

Popular Articles