ମୁରିବାଲ ଥାନାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୨୨/୦୯): ମୁରିବାହାଲ ଥାନାରେ ଓଆଇସି ରଞ୍ଜନ କୁମାର ବରିହାଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୁରିବାହାଲ ଥାନାରେ ଆସୁଥିବା ୧୭ଟି ପଞ୍ଚାୟତ ଆମ ପୋଲିସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ | ସାମ୍ବାଦିକ, ବୁଦ୍ଧିଜୀବୀ, ଜନସାଧାରଣ ଯୋଗଦେଇ ବିଭିର୍ଣ୍ଣ ସମସ୍ୟା କୁ ନେଇ ଆଲୋଚନା କରିଥିଲେ |

ମୁଖ୍ୟତ ଗାଡି ଦ୍ରୁତଗତି ଚଳାଇବା, ନମ୍ବର ବିହୀନ ଗାଡି, ମୁହଁ ଢାକି ଯିବା ଆସିବା, ମୁଖ୍ୟ ପିଚୁ ରାସ୍ତାରେ ଧାନ ମଡ଼େଇବା ଲେବର ସର୍ଦାର ମାନେ ସକ୍ରିୟ ଥିବା କହିଥିଲେ ଓ ଲେବର ମାନଙ୍କୁ ଯେପରି ପଂଜୀକୃତ କରିବା ପାଇଁ ସଚେତନତା ପାଇଁ ଅନୁରୋଧ କରିଥିଲେ | ଜନସାଧାରଣ ମତ ଦେଇ କହିଥିଲେ ମୁରିବାହାଲ ବର୍ତ୍ତମାନ ବହୁତ ଭଲ ଅଛି ଶ୍ରୀ ବରିହାଙ୍କୁ ପ୍ରଶଂସା କରିବା ସହିତ ସବୁ ସମୟରେ ଯେଉଁ ଘଟଣା ଘଟେ ସାଙ୍ଗେ ସାଙ୍ଗେ ପହଞ୍ଚିଥାନ୍ତି | ଛୋଟ ଛୋଟ ଘଟଣାକୁ କିପରି ସମାଧାନ କରିହେବ ସେଥିପାଇଁ ପୋଲିସ ଗୁରୁତ୍ୱ ଦେବା ପାଇଁ ଆଲୋଚନା କରିଥିଲେ | ଶ୍ରୀ ବରିହା ସମସ୍ତଙ୍କ ଅଭିଯୋଗ,ଏବଂ ପରାମର୍ଶ ଶୁଣି ସେ କହିଥିଲେ ସବୁ ପ୍ରକାର ସୁବିଧା ପାଇଁ ଚେଷ୍ଟା କରାଯିବ ଏବଂ ଆପଣ ମାନେ ସବୁ, ଅସୁବିଧା ଜଣାନ୍ତୁ ପୋଲିସ ସବୁ ସମୟରେ ଆପଣ ମାନଙ୍କ ସହିତ ଅଛି ବୋଲି ତାଙ୍କର ବକ୍ତ୍ୟବ୍ୟରେ କହିଥିଲେ | କୌଣସି ଅଜଣା ବ୍ୟକ୍ତିଙ୍କୁ ଘରରେ ପୁରାନ୍ତୁ ନାହିଁ ଏବଂ କୌଣସି ଲୋଭରେ ପଡି ବେଙ୍କ ନମ୍ବର ଦିଅନ୍ତୁ ନାହିଁ | ବର୍ତ୍ତମାନ ସାଇବର କ୍ରାଇମ ବଢ଼ିବାରେ ଲାଗିଛି ସେଥିପ୍ରତି ସଚେତନତା ଆବଶ୍ୟକ |

ଏହି ବୈଠକରେ ଏଏସଆଇ ପଦ୍ମନାଭ ରାଉତରାୟ, ସାମ୍ବାଦିକ ଭଗବାନ ମହାନ୍ତି, ନିମାଇଁ ଚରଣ ବଘାର, ତରଣୀସେନ ମେହେର ସରପଞ୍ଚ ଗଡଗଡ ବାହାଲ ଭକ୍ତବନ୍ଧୁ ଛତ୍ରିଆ ,ମନୋଜ କୁମାର କର ନାୟକ ସରପଞ୍ଚ,ବ୍ରାହ୍ମଣ ସମାଜ ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାସ , ବିରଞ୍ଚି ନାରାୟଣ ଖମାରି ବ୍ରାହ୍ମଣ ସମାଜ ସମ୍ପାଦକ ଉପସଭାପତି ସବ୍ୟସାଚୀ ମିଶ୍ର, ଲକ୍ଷେ ଗଣା, ଲକ୍ଷେ ଗଣା ସମାଜ ର ଉପସଭାପତି ମଦନ ମୋହନ କୁମ୍ଭାର, ଗିରିଧାରୀ ସାହୁ, ରାଧେଶ୍ୟାମ ସାହୁ ତଲ୍ୟ ସମାଜ ସଭାପତି, ପ୍ରମୁଖ ଉପସ୍ଥିତ ଥିଲେ | ଶ୍ରୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.