ଜିଲ୍ଲା ଯାଦବ ସମାଜ ର ବାର୍ଷିକ ଉତ୍ସବ ପାଳିତ

0
142
ଜିଲ୍ଲା ଯାଦବ ସମାଜ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୯) : ସୁବର୍ଣ୍ଣପୁର ଜିଲ୍ଲା ଯାଦବ ସମାଜ ପକ୍ଷରୁ ଆଶ୍ଵିନ ପୂର୍ଣ୍ଣମୀ ଅବସରରେ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ପରିସରରେ ଜିଲ୍ଲା ଯାଦବ ମହାସଭା ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 11 at 10.24.49 AM ଜିଲ୍ଲା ଯାଦବ ସମାଜ ର ବାର୍ଷିକ ଉତ୍ସବ ପାଳିତ

ଏଥିରେ ଜିଲ୍ଲା ଯାଦବ ସମାଜ ର ସମସ୍ତ ଭାଇ ଭଉଣୀ ସାମିଲ ହୋଇ ପ୍ରଥମେ ଘୋଡାଘାଟ ପଡା ସ୍ଥିତ ବୁଢ଼ୀ ସମଲେଇ ମନ୍ଦିର ରୁ ମାଁ ଙ୍କ ଠାରେ ପୂଜାର୍ଚ୍ଚନା ସାରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ସମାଜର ପାରମ୍ପାରିକ ବାଡିଖେଲ ନୃତ୍ୟ ସହ ସହର ପରିକ୍ରମା କରି ମାଁ ସମଲେଇ ମନ୍ଦିରକୁ ପହଞ୍ଚିଥିଲେ । ପରେ ସମାଜର ସଭାପତି ତପନ ଯୁଆଡି ଙ୍କ ନେତୃତ୍ତ୍ୱରେ ଏକ ସଭା ର ଆୟୋଜନ କରାଯାଇଥିଲା ।

ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଉତ୍କଳ ଯାଦବ ମହାସଭା ର ପଶ୍ଚିମ ଓଡ଼ିଶା ପର୍ଯ୍ୟବେକ୍ଷକ ରାଜୁ ଘିବିଲା ଓ ଉତ୍କଲ ଯାଦବ ମହାସଭା ର ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଧବଳେଶ୍ଵର ଘିବିଲା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସମାଜର ସର୍ବାଙ୍ଗିନ ଉନ୍ନତି କାମନା କରିଥିଲେ ।

ସମାଜ ର ପୌର ପରିଷଦ ସଭାପତି ପ୍ରଫୁଲ୍ଲ ନାଏକ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଜିଲ୍ଲା ଯାଦବ ମହାସଭା ର ଶତାଧିକ ଯାଦବ ସଦସ୍ୟ ଯୋଗଦେଇଥିଲେ ଏବଂ ଶ୍ରୀ ନାଏକ ଙ୍କ ଅନୁରୋଧ କ୍ରମେ ସହର ର ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ରବିବାର ସକାଳ ୬ ଘଣ୍ଟାରେ ମାଁ ସମଲେଇ ଙ୍କ ମନ୍ଦିରରେ ଏକ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ କରାଯାଇଥିଲା । ଶେଷରେ ଜିଲ୍ଲା ଯାଦବ ମହାସଭା ର ସମ୍ପାଦକ ପିତବାସ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।