ଚାରି ଡ଼କାୟତ ସହ ସୁନା ଦୋକାନୀଙ୍କୁ କୋର୍ଟ ଚାଲାଣ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରିଗୁଡା(୨୨/୦୯): ବୈପାରିଗୁଡା ଥାନା ଅନ୍ତର୍ଗତ କଦମଗୁଡାରରରେ ହୋଇଥିବା ଡକାୟତି ଘଟଣାରେ ବୈପାରୀଗୁଡା ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି | ଆଜି ଚାରି ଜଣ ଦୁର୍ବୃତ୍ତଙ୍କ ସହ ସୁନା ଦୋକାନୀଙ୍କୁ ଜୟପୁର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରେସମେଟରେ ସୂଚନା ଦେଇଛନ୍ତି | ଗତ ୨୦/୦୯/୨୦୧୯ତାରିଖ ଦିନ ଉକ୍ତ ଗ୍ରାମର ଦମନ ପାଢ଼ୀଙ୍କ ଘରେ ଡକାୟତି ହୋଇଥିବା ଘଟଣାକୁ ୨୪ଘଣ୍ଟା ନ ପୁରୁଣୁ ବୈପାରିଗୁଡା ପୋଲିସ ଅପରାଧିଙ୍କୁ ଧରିବାରେ ସଫଳ ହୋଇପାରିଛି |

ଲୋଟେରାମାନେ ହେଲେ କୁନ୍ଦୁରା ବ୍ଳକ ଅନ୍ତର୍ଗତ ପ୍ରଧାନୀପୁଟ ଗ୍ରାମର ବୁଦୁରା ପରଜା (୨୫),କୁନ୍ଦୁରା ବ୍ଳକ ଅନ୍ତର୍ଗତ ଦିଗାପୁର ଗ୍ରାମର ଶଙ୍କର ଅଡାରୀ (୨୨),ବୈପାରିଗୁଡା ବ୍ଳକ ଅନ୍ତର୍ଗତ ବଡପଡା ଗ୍ରାମର ସୁରେନ୍ଦ୍ର ପାଙ୍ଗି (୨୪),ବୈପାରିଗୁଡା ବ୍ଳକ ଅନ୍ତର୍ଗତ ବଡପଡା ଗ୍ରାମର ଦୁର୍ଯ୍ୟ ମାଠପଡ଼ିଆ (୨୫)ଙ୍କୁ ଧରି କେସ ନମ୍ବର ୧୨୭/୨୦୧୯ ଅନୁଯାୟୀ ଆଈପିସି ଦଫା ୪୫୭/୩୯୪ରେ ଓ ଜୟପୁର ପି.ଆର.ପେଟାର ସୁନା ଦୋକାନୀ ଏଲ. ସୁରି କୁମାରଙ୍କୁ ଆଈପିସି ଦଫା ୪୧୧ଅନୁଯାୟୀ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିବାର ଜଣାପଡିଛି | ଅଭିଯୁକ୍ତମାନଙ୍କ ଠାରୁ ୦୩ ଟି ବାଇକ,୦୩ ଟି ମୋବାଇଲ,ସୁନାଗହଣା ସହ ନଗଦ ୧୨ହଜାର ୫ଶହ ଟଙ୍କା ଜବତ କରାଯାଇଛି | ବୈପାରିଗୁଡା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଓ ଏଏସଆଇ ରମେଶ ଦେବତା ଥାନା କର୍ମଚାରୀଙ୍କ ସହଯୋଗରେ ଅପରାଧୀଙ୍କୁ କାବୁକରିଥିବା ଜଣାପଡିଛି |

Comments are closed.