ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

0
261
ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୯) : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୧୫ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୬ଟି ଓ ସାମୁହିକ ଦରଖାସ୍ତ ୯ଟି ଗ୍ରହଣ କରାଯାଇଛି ।

ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ଶିବିରରେ ଗୋଟିଏ ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୧୪ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗ ର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ପ୍ରାପ୍ତ ଦରଖାସ୍ତ ମଧ୍ୟରେ ୨ଟି ଦରଖାସ୍ତ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଗ୍ରହଣ କରାଯାଇଛି । ବିଡିଓ ତରଭା ବିନୟ କୁମାର ପଟେଲ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ପ୍ରଫୁଲ୍ଲ କୁଜୁର, ଉପ ଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଅତିରିକ୍ତ ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।

ପ୍ରାପ୍ତ ଦରଖାସ୍ତ ମଧ୍ୟରେ ୮ଟି ସି ଏମ ଆର ଏଫ ନିମନ୍ତେ ଗ୍ରହଣ କରାଯାଇଛି । ଯୁଗ୍ମ ଅଭିଯୋଗ ଶିବିର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ନୂତନ ଗଠିତ ଜରାଜାରିଙ୍ଗ ଗ୍ରାମ ପଞ୍ଚାୟତ ର ନୂତନ ପଞ୍ଚାୟତ କାର୍ଯ୍ୟାଳୟ କୋଠା ତଥା କାର୍ଯ୍ୟାଳୟ ନିମନ୍ତେ ସ୍ୱେଚ୍ଛାକୃତ ଭାବେ ବଦନ୍ୟତାର ସହ ସରପଞ୍ଚ ଜରାଜାରିଙ୍ଗ ସଦା ପାତ୍ର ଭୂମି ପ୍ରଦାନ କରିଥିବା ହେତୁ ବ୍ଲକ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରିଥିଲେ ।

ପରେ ପରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା, ବି ଡି ଓ ତରଭା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ପୁଆ ଗ୍ରାମ ପଞ୍ଚାୟତ ନିର୍ମାଣଧୀନ ଅମୃତ ସରୋବର ତଥା ଆଦର୍ଶ ପୋଖରୀ, ରାଣୀସର୍ଡ଼l ଗ୍ରାମ ପଞ୍ଚାୟତ ର ରାଣୀସର୍ଡ଼l 5T ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟ ଓ ଦେଉଳପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଉଳପଦର 5T ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟ ର ନିର୍ମାଣଧୀନ କାର୍ଯ୍ୟ ଅଗ୍ରଗତି ର ପରିଦର୍ଶନ କରିଥିଲେ ।