ପିପଲଖୁଣ୍ଟ ଗ୍ରାମ୍ୟ ରାସ୍ତା ଅତ୍ୟନ୍ତ ଶୋଚନୀୟ

ରିପୋର୍ଟ: ନିରୋଜ କୁମାର ପାଣି
ପାଇକମାଳ(୧୭/୦୯): ପଦ୍ମପୁର ନୂଆପଡା ରାସ୍ତାର ବିଜୁ ଏକ୍ସ ପ୍ରେସ ସାଦକକୁ ସଂଯୋଗ କରୁଥିବା ପିପଲଖୁଣ୍ଟ ଗ୍ରାମକୁ ଗ୍ରାମ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅଟେ | ପାଇକମାଳ ବ୍ଲକ ସଦର ମହକୁମା ତଥା ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତର ଖାନାକୁ ଆସୁଥିବା ସାଧାରଣ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି |

ତଥା ଛାତ୍ରଛାତ୍ରୀ ମାନେ ମଧ୍ୟ ସ୍କୁଲ କଲେଜ କୁ ଯିବାଆସିବା ସମୟରେ ବହୁତ କଷ୍ଟ ପାଉଛନ୍ତି | ସ୍ୱାଧୀନତାର ଦୀର୍ଘ ୭୧ବର୍ଷ ବିତିଯାଇଥିଲେ ମଧ୍ୟ ବ୍ଲକ ସଦର ମହକୁମାରୁ ୬କିମି ଦୂରରେ ଗ୍ରାମ୍ୟ ରାସ୍ତାକୁ ମରାମତି କରାଯାଉନାହିଁ | ଏ ସମ୍ପର୍କରେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରି ସୁଦ୍ଧା ସୁଫଳ ମିଳୁନାହିଁ | ଏହା ଅତ୍ୟନ୍ତ ପରିତାପର ବିଷୟ | ଏ ସମ୍ବନ୍ଧରେ ଉଚ୍ଚ କର୍ତ୍ତୃପକ୍ଷ ଏହି ରାସ୍ତାର ଶୀଘ୍ର ନିର୍ମାଣ କରିବାକୁ ଜନସାଧାରଣ ରେ ଦାବି ହେଉଛି |

Comments are closed.