Related Contents

ପୁରେନା ଗାଁରେ ମୋବାଇଲ ସେବା ବ୍ୟାହତ

ରିପୋର୍ଟ: ନିରୋଜ କୁମାର ପାଣି
ପାଇକମାଳ(୨୧/୦୯): ଗତକିଛି ଦିନ ହେଲାଣି ପାଇକମାଳ ବ୍ଲକ ପୁରେନା ଗାଁ ତଥା ଆଖପାଖ ଅଂଚଳରେ ମୋବାଇଲ ସେବା ବ୍ୟାହତ ହେବ ପରି ଘଟଣା ଘଟୁଥିବାରୁ ଜନସାଧାରଣ ଏଥିପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି |

ଜିଓ ଓ ଏୟାରଟେଲ ମୋବାଇଲ ସେବା ଅତି ମାତ୍ରାରେ ଏହିପରି ବ୍ୟାହତ ହେଉଛି | ଏହାଯୋଗୁଁ ମୋବାଇଲ ସିଗ୍ନାଲ ଅତି ଦୁର୍ବଳ ହେବ ସହ ଇଣ୍ଟରନେଟ ସେବା ମଧ୍ୟ ବ୍ୟାହତ ହୋଇ କାର୍ଯ୍ୟକ୍ଷମ ହେଉନାହିଁ | ଫୋନରେ କଥାବାର୍ତ୍ତା ହେବ ସମ୍ଭବ ହେଉ ନ ଥିବା ବେଳେ ଅନଲାଇନ ରେ କରାଯାଉଥିବା ବିଭିନ୍ନ କାମ ମଧ୍ୟ ବାଧାପ୍ରାପ୍ତ ହେଉଛି | ସେଥିପାଇଁ ସାଧାରଣ ଗ୍ରାହକ ପ୍ରଭାବିତ ହେଉଥିବାରୁ ଏହାକୁ ନେଇ ଜଣ ଅସନ୍ତୋଷ ବୃଦ୍ଧି ପାଉଛି |

Comments are closed.