କୋଲାବ ନଗରରେ ମାଁ ଗଜଲକ୍ଷ୍ମୀ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
256
କୋଲାବ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୦/୧୦) : କୋରାପୁଟ ବ୍ଲକ ବଡ ନାୟକ ଗୁଡା ର କୋଲାବ ନଗରରେ ମାଁ ଗଜଲକ୍ଷ୍ମୀଙ୍କର ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

କରୋନା କାଳରେ କଟକଣା ଯୋଗୁଁ ଦୀର୍ଘ ସମୟ ଧରି ପୂଜା ପାର୍ବଣ ତଥା ମନୋରଞ୍ଜନ ରୁ ବଞ୍ଚିତ କୋଲାବ ନଗର ଅଞ୍ଚଳ ର ଯୁବ ଗୋଷ୍ଠୀ ଶ୍ରୀ ଅଜିତ କୁମାର ଦଳେଇଙ୍କ ନେତୃତ୍ୱରେ ଦୂର୍ଗାପୂଜା ଓ ଗଜଲକ୍ଷ୍ମୀ ପୂଜା ମହା ସମାରୋହରେ ଆୟୋଜିତ କରିଥିବା ଜଣାପଡିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ର ଦାୟିତ୍ତ୍ୱ ଶ୍ରୀ ଟୁକୁ ଖାଡଙ୍ଗା ବହନ କରୁଥିବା ବେଳେ ଅଞ୍ଚଳ ର ବରିଷ୍ଠ ନାଗରିକଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ମାନେ ସହଯୋଗ କରିଥିବା ଜଣାପଡିଛି । ଅଞ୍ଚଳ ର ୮/୧୦ ଟି ଢେମସା ନାଚ ଦଳ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପୂର୍ବକ ପୂଜା କାର୍ଯ୍ୟ ଆଗେଇ ଚାଲିଥିବାରୁ ସ୍ଥାନୀୟ ଯୁବକଙ୍କ ପ୍ରଚେଷ୍ଟାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।