ପାଇକମାଲରେ ପୁଅ ଜିଉନ୍ତିଆ ପାଳିତ

ରିପୋର୍ଟ :- ନିରୋଜ କୁମାର ପାଣୀ
ପାଇକମାଲ(୨୨/୦୯): ଆଜି ରାତିରେ ଆଶ୍ୱିନ କୃଷ୍ଣ ପକ୍ଷ ଅଷ୍ଟମୀ ଦିନ ଯାହାକୁ ମୂଳାଷ୍ଟମୀ କୁହାଯାଏ ଏବଂ ଭକ୍ତ ଦିନଠାରୁ ହିଁ ମାଁ ମାନେ ନିଜ ପୁଅର ମଙ୍ଗଳ କାମନା କରି ପୁଅ ଜିଉନ୍ତିଆ ବା ଦୂତୀବାହନ ଓଷା କରିଥାନ୍ତି | ଏହି ଦିନ ମାଆ ମାନେ ନିର୍ଜଳା ଉପବାସ କରି ପୁଅ ମାନଙ୍କର ମଙ୍ଗଳ କାମନା ପୂର୍ବକ ଦିନସାରା ରହିଥାନ୍ତି |

ଉକ୍ତ ଓଷା ପାଇକମାଲ ବ୍କକ ବିଭିନ୍ନ ସ୍ଥାନ ମାନଙ୍କରେ ଉତ୍ସାହ ଉଦ୍ଦୀପନା ସହ ପାଳିନ ହେଉଥିବାର ପରିଲକ୍ଷିତ ହୋଇଛି | ସଂଧ୍ୟାରେ ମାଆ ମାନଙ୍କର ହୁଳହୁଳି ସହ ଶଙ୍ଖ ଘଣ୍ଟ ବାଦ୍ୟ ଶଦ୍ଦରେ ଉତ୍ସବ ମୁଖର କରିଥିଲେ | ଯେଉଁ ମାଆ ମାନେ ଅପୁତ୍ରିକ ଥାନ୍ତି ସେମାନେ ମଧ୍ୟ ଭକ୍ତ ଉଷାରେ ଭାଗ ନିଅନ୍ତୁ ବିଶ୍ବାସ ଅଛି ଏଭଲି ସ୍ତ୍ରୀ ମାନେ ମଧ୍ୟ ଭବିଷ୍ୟତରେ ପୁତ୍ର ଲାଭ କରିଥିବା ଉଦାହରଣ ଦେଖିବାକୁ ମିଳେ, ଏଭଲି ବିଶ୍ବାସ ଓ ପରମ୍ପରାର ପ୍ରତୀକ ଓଷା ଏ ଅଞ୍ଚଳରେ ଅନେକ ସ୍ଥାନଙ୍କ ମାନଙ୍କରେ ଆଯୋଜନ ହେବ ସହ ପଣ୍ଡିତ ମାନଙ୍କ ଦ୍ଵାରା ଭକ୍ତ ଓଷା ସଂପର୍କିତ ବହି ପଢିବା ଶୁଣିବାର ଦେଖାଯାଇଥିଲା, ଦିନ ସାରା ଉପବାସ ପରେ ପରଦିନ ଭୋରରୁ ଯାଇ ବଧଂ ଓ ନଦୀ ତୁଠରେ ପୂଜା ପରେ ପୁତ୍ର ମାନଙ୍କୁ ମନାସି ଥାନ୍ତି ।

Comments are closed.