ପ୍ରାଣୀଧନ ସହାୟକ କେନ୍ଦ୍ରରେ ଝୁଲୁଛି ତାଲା

0
150
ପ୍ରାଣୀଧନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୦/୧୦) : ଗୃହପାଳିତ ପଶୁ ପକ୍ଷୀ ଙ୍କ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ପ୍ରାଣୀଧନ ସହାୟକ କେନ୍ଦ୍ର ଖୋଲାଯାଇଛି ।

ନିୟୋଜିତ କର୍ମଚାରୀମାନଙ୍କୁ ମୋଟା ଅଙ୍କର ଦରମା ଦେଇ ସେମାନଙ୍କ ପାଇଁ ଲକ୍ଷାଧିକ ଟଙ୍କାରେ ନିର୍ମିତ କାର୍ଯ୍ୟାଳୟ ପାଇଁ କୋଠା, ରହିବା ପାଇଁ ଘର ଯୋଗାଇ ଦିଆଯାଉଛି । ହେଲେ ଜିଲ୍ଲା ମୁଖ୍ୟ ବିଭାଗୀୟ ଅଧିକାରୀ ଙ୍କ ବେପୁରୁଆ ମନୋଭାବ କାରଣରୁ ବୌଦ୍ଧ ଜିଲ୍ଲା ର ଆଦିବାସୀ ଅଧ୍ୟୂଷିତ ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା ଆଡେଣୀଗଡ ଗ୍ରାମପଞ୍ଚାୟତରେ ଥିବା ପ୍ରାଣୀଧନ ସହାୟକ କେନ୍ଦ୍ରରେ ବର୍ଷ ବର୍ଷ ଧରି ତାଲା ଝୁଲୁଥିବା ବେଳେ ଦିନକ ସକାଶେ ନିୟୋଜିତ ପ୍ରାଣୀଧନ ନୀରୀକ୍ଷକ ଙ୍କ ଦେଖା ନଥିବାରୁ ଏବେ କେନ୍ଦ୍ରଟି ଭୂତ କୋଠି ପାଲଟି ଯାଇଛି

ଲୋକଙ୍କ ପଇସାରେ ରାଜ୍ୟ ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ପାଇ ନିୟୋଜିତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସ୍ରା ଅଧିକାରୀ ଙ୍କ ବେପରୁଆ ମନୋଭାବ ସାଙ୍ଗକୁ ନିୟୋଜିତ କର୍ମଚାରୀ ଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଆସୁଥିବା କାରଣରୁ ଆଡେଣୀଗଡ ଭଳି ଦୁର୍ଗମ ଅଞ୍ଚଳରେ ଜନସାଧାରଣଙ୍କ ଗୃହପାଳିତ ପଶୁପକ୍ଷୀ ମାନଙ୍କୁ ଚିକିତ୍ସା ସେବା ମିଳି ପାରୁନାହିଁ ବୋଲି ଆଡେଣୀଗଡ ଗ୍ରାମ ପଞ୍ଚାୟତବାସୀ ସମେତ ସରପଞ୍ଚ ଅଜିତ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି ।

ସୂଚନା ଥାଉ କି ଆଡେଣୀଗଡ ପ୍ରାଣୀଧନ ସହାୟକ କେନ୍ଦ୍ରରେ ଅଗଷ୍ଟ ମାସ ୨୦୨୧ ରେ ନୟନା ବେହେରା ନାମକ ଜଣେ ମହିଳାଙ୍କୁ ପ୍ରାଣିଧନ ନୀରୀକ୍ଷକ ଭାବେ ନିୟୋଜିତ କରାଯାଇଛି । ହେଲେ ଗତ ବର୍ଷକ ଭିତରେ ମାତ୍ର ହାତ ଗଣତି କିଛିଦିନ କୁ ଛାଡିଦେଲେ ବର୍ଷ ତମାମ କେନ୍ଦ୍ରରେ ପ୍ରାଣୀଧନ ନୀରୀକ୍ଷକ ଙ୍କ ଦେଖା ମିଳୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ନିୟୋଜିତ ପ୍ରାଣୀଧନ ନୀରୀକ୍ଷକ ଙ୍କୁ ଅତିରିକ୍ତ ତଳଗାଁ ଗ୍ରାମ ପଞ୍ଚାୟତ ର ପ୍ରାଣୀଧନ ସହାୟକ କେନ୍ଦ୍ର ର ଦାୟିତ୍ୱ ଦିଆଯାଇଛି ।

ଫଳରେ ଗୃହପାଳିତ ପଶୁପକ୍ଷୀ ଙ୍କ ଚିକିତ୍ସା ପାଇଁ କେନ୍ଦ୍ର କୁ ଯାଇ ଲୋକଙ୍କୁ ନିରାଶ ହୋଇ ଫେରିବା ସହିତ ପଶୁପକ୍ଷୀଙ୍କ ଚିକିତ୍ସା ହୋଇ ପାରୁନାହିଁ । ଚିକିତ୍ସା ନିମନ୍ତେ ନିୟୋଜିତ ପ୍ରାଣୀଧନ ନିରୀକ୍ଷକ ଙ୍କୁ ଯୋଗାଯୋଗ କଲେ ତଳଗାଁ ଆସିଥିବା କହି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ହେଲେ ଆଡେଣୀଗଡରେ ମୁଖ୍ୟ ଦାୟିତ୍ୱ ରହିଥିବାବେଳେ ସର୍ବଦା ତଳଗାଁ କହି ଲୋକଙ୍କୁ ଭୁଆଁ ବୁଲାଇ, ଆଡେଣୀଗଡ ପ୍ରାଣୀ ଚିକିତ୍ସା କେନ୍ଦ୍ର କୁ ଭୂତ କୋଠିରେ ପରିଣତ କରିଥିବା ସମ୍ପୃକ୍ତ ପ୍ରାଣୀଧନ ନୀରୀକ୍ଷକ କିଭଳି ଭାବେ ଚିକିସ୍ରାସେବା ଯୋଗାଇ ଦେଉଛନ୍ତି ସେ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଦିପ୍ତ କୁମାର ରଥ ସବୁ ଜାଣି ବି ଚୁପ ବସି ପଡିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଶୈଳୀ କୁ ନେଇ ପଞ୍ଚାୟତବାସୀ ପ୍ରଶ୍ନ ଉଠାଇଛନ୍ତି ।

ଏହି ପ୍ରସଙ୍ଗ କୁ ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଦୀପ୍ତ କୁମାର ରଥ ଙ୍କୁ ପଚାରିବାରୁ ସେ ଠିକ ଚାଲିଛି, ଆଡେଣୀଗଡରେ ହୋଇଥିବା ଜିଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ସମୟରେ ପରିଦର୍ଶନ କରିଥିବା କହିବା ସହିତ ତଦନ୍ତ କରାଯିବ ବୋଲି କହିଛନ୍ତି । ତେବେ କିଏ କରିବ ତଦନ୍ତ ? ତାକୁ ନେଇ ଉଠିଛି ପ୍ରଶ୍ନ ? ଦୀର୍ଘ ବର୍ଷବର୍ଷ ଧରି ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ନାଁରେ ଚାଲିଥିବା ଗୁରୁତର ଅବହେଳା ପାଇଁ ଦାୟୀ କିଏ ?

ଲୋକଙ୍କ ମତାମତକୁ ବିଚାରକୁ ନେଇ ବର୍ଷ ବର୍ଷ ଧରି ବିନା କାର୍ଯ୍ୟରେ ଦରମା ନେଇ ଅଏସ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ବୌଦ୍ଧ ଜିଲ୍ଲା ର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ପଞ୍ଚାୟତ ର ସରପଞ୍ଚ ଅଜିତ ପ୍ରଧାନ ଅନୁରୋଧ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।