ପୁରୁଣା କଟକ ପ୍ରାଣୀ ଚିକିତ୍ସାଧିକାରୀ ଭାବେ ଡା. ମିଲିନ ରାଉତ ନିଯୁକ୍ତ

0
130
ପୁରୁଣା କଟକ ପ୍ରାଣୀ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୦/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପ୍ରାଣୀ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ପ୍ରାଣୀ ଚିକିତ୍ସାଧିକାରୀ ପଦ କୁ ଆଜି ଡା. ମିଲିନ ରାଉତ ନୂତନ ଭାବରେ ଯୋଗଦେଇ ଖାଲି ସ୍ଥାନ ପୂରଣ କରିଛନ୍ତି ।WhatsApp Image 2022 10 10 at 7.18.10 PM ପୁରୁଣା କଟକ ପ୍ରାଣୀ ଚିକିତ୍ସାଧିକାରୀ ଭାବେ ଡା. ମିଲିନ ରାଉତ ନିଯୁକ୍ତ

ଡା. ରାଉତ ଭୁବନେଶ୍ୱର ପ୍ରାଣୀଚିକିତ୍ସା ମହାବିଦ୍ୟାଳୟ ରୁ ୨୦୨୦ ରେ ଗ୍ରାଜୁଏସନ ପାସ କରି ପ୍ରାଣୀ ପ୍ରଜନନ ବିଭାଗରେ ସ୍ନାତକ କରୁଥିଲେ ଏବଂ ଓ. ପି. ଏସ. ସି. ମାଧ୍ୟମରେ ସେ ପୁରୁଣା କଟକ ପ୍ରାଣୀ ଚିକିତ୍ସାଧିକାରୀ ଭାବରେ ଆଜି ନିଯୁକ୍ତି ହୋଇଛନ୍ତି । ସେ ଆମ ପୁରୁଣାକଟକ ଅଞ୍ଚଳ ଚାରିଛକ ନିବାସୀ ଅବସର ପ୍ରାପ୍ତ ଶିକ୍ଷକ ଦାମୋଦର ରାଉତ ଙ୍କ ସୁକନ୍ୟା ଓ ପୁରୁଣାକଟକ ଶିଶୁ ବିଦ୍ୟା ମନ୍ଦିର ର ପୁରାତନ ଛାତ୍ରି ଅଟନ୍ତି । ଆଜି ଡା. ମିଲିନ ଙ୍କ ସ୍ୱାଗତ ପାଇଁ ହରଭଙ୍ଗା ବିଡ଼ିଓ ରବୀନ୍ଦ୍ର କହଁର, ଗୋଷ୍ଠୀ କୃଷି ଅଧିକାରୀ ସବ୍ୟସାଚୀ ଦାସ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ସହିତ, ଧଳପୁର ପ୍ରାଣୀ ନିରୀକ୍ଷକ ନାରାୟଣ ବାରିକ ଓ ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।