ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୦/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପ୍ରାଣୀ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ପ୍ରାଣୀ ଚିକିତ୍ସାଧିକାରୀ ପଦ କୁ ଆଜି ଡା. ମିଲିନ ରାଉତ ନୂତନ ଭାବରେ ଯୋଗଦେଇ ଖାଲି ସ୍ଥାନ ପୂରଣ କରିଛନ୍ତି ।
ଡା. ରାଉତ ଭୁବନେଶ୍ୱର ପ୍ରାଣୀଚିକିତ୍ସା ମହାବିଦ୍ୟାଳୟ ରୁ ୨୦୨୦ ରେ ଗ୍ରାଜୁଏସନ ପାସ କରି ପ୍ରାଣୀ ପ୍ରଜନନ ବିଭାଗରେ ସ୍ନାତକ କରୁଥିଲେ ଏବଂ ଓ. ପି. ଏସ. ସି. ମାଧ୍ୟମରେ ସେ ପୁରୁଣା କଟକ ପ୍ରାଣୀ ଚିକିତ୍ସାଧିକାରୀ ଭାବରେ ଆଜି ନିଯୁକ୍ତି ହୋଇଛନ୍ତି । ସେ ଆମ ପୁରୁଣାକଟକ ଅଞ୍ଚଳ ଚାରିଛକ ନିବାସୀ ଅବସର ପ୍ରାପ୍ତ ଶିକ୍ଷକ ଦାମୋଦର ରାଉତ ଙ୍କ ସୁକନ୍ୟା ଓ ପୁରୁଣାକଟକ ଶିଶୁ ବିଦ୍ୟା ମନ୍ଦିର ର ପୁରାତନ ଛାତ୍ରି ଅଟନ୍ତି । ଆଜି ଡା. ମିଲିନ ଙ୍କ ସ୍ୱାଗତ ପାଇଁ ହରଭଙ୍ଗା ବିଡ଼ିଓ ରବୀନ୍ଦ୍ର କହଁର, ଗୋଷ୍ଠୀ କୃଷି ଅଧିକାରୀ ସବ୍ୟସାଚୀ ଦାସ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ସହିତ, ଧଳପୁର ପ୍ରାଣୀ ନିରୀକ୍ଷକ ନାରାୟଣ ବାରିକ ଓ ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।