Related Contents

ଯୋଖିପାଲି ଗ୍ରାମବାସୀଙ୍କ ଉଠାଜଳସେଚନ ପ୍ରକଳ୍ପ ପାଇଁ ଦାବି

ରିପୋର୍ଟ: ଜଗବନ୍ଧୁ ସାହୁ
ସୋହେଲା(୨୨/୦୯): ରାଜ୍ୟରେ ଫସଲ ଅମଳ ବୃଦ୍ଧିରେ ଜଳସେଚନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ଆମ ରାଜ୍ୟରେ ମୋଟ ବର୍ଷର ପରିମାଣ ସନ୍ତୋଷ ଜନକ ଥିଲେ ହେ ଏହାର ସମୟ ଓ ସ୍ଥାନ ଦୃଷ୍ଟିରୁ ଘୋର ଅନିୟମିତତା ଦେଖିବାକୁ ମିଳେ | ତେଣୁ ବର୍ଷାଜଳ ଅମଳ ଓ ଜଳ ବ୍ୟବହାରର ଦକ୍ଷତା ବୃଦ୍ଧି ହେଉଛି ଗୁରୁତ୍ୱପୂର୍ଣ୍ଣ |

ତେବେ ବର୍ଷାଜଳକୁ ଅକାରଣେ ନଷ୍ଟ ନ କରି ବର୍ଷାଜଳ ଅମଳ ଓ ବ୍ୟବହାର ନିମିତ୍ତ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି କରିଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଖିପାଲି ଗ୍ରାମର ସଚେତନ ଚାଷୀ ବୃନ୍ଦ | ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୋଖିପାଲି ଗ୍ରାମଦେଇ ବୋହିଯାଉଥିବା ଉତାଳି ନଦୀର ଜଳକୁ ସଂରକ୍ଷଣ କରି ଉଠାଜଳ ସେଚନ ବ୍ୟବସ୍ଥା କରିବା ନିମନ୍ତେ ଗ୍ରାମର ଚଷିବୃନ୍ଦ ସୋସିଆଲ ମିଡ଼ିଆ ଟ୍ୱିଟର ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କୃଷିମନ୍ତ୍ରୀ ଅରୁଣ ସାହୁ, ଓଡିଶା ସରକାର ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ବରଗଡ଼ଙ୍କୁ ଅନୁରୋଧ କରିଛନ୍ତି | ୨୦୧୧ ମସିହା ଜନଗଣନା ଅନୁଯାୟୀ ୩୭୫ ପରିବାର ରୁ ପ୍ରାୟ ୧୩୬୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମଟି ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି ତାହା ପୁଣି ବର୍ଷାଜଳର ଭରସାରେ |

ଖୋଦ ନିଜେ ମୁଖ୍ୟମନ୍ତ୍ରୀ ବିଜେପୁର ନିର୍ବାଚନ ମଣ୍ଡଳୀକୁ ଆନ୍ତରିକତାର ସହ ଗ୍ରହଣ କରିଥିବା ତଥା ବର୍ତ୍ତମାନ ଉପନିର୍ବାଚନ ରହିଥିବାରୁ ଚାଷୀମାନଙ୍କ ମହଲରେ ପ୍ରକଳ୍ପ ହେବ ନେଇ ଅସାର ସଂଚାର ଆହୁରି ବଢିଯାଇଛି | ଏନେଇ ସାମ୍ବାଦିକ ଜଗବନ୍ଧୁ ସାହୁଙ୍କ ଉପସ୍ଥାପନା |


ଦିବସ କୁମାର ସାହୁ (ସାମାଜିକ କର୍ମୀ): ଉତାଳି ନଦୀରେ ବୋହିଯାଉଥିବା ଜଳକୁ ସଂରକ୍ଷଣ ଉଠାଜଳସେଚନ ମାଧ୍ୟମରେ ନଦୀରୁ ବଡ଼ବନ୍ଧ ପର୍ଯ୍ୟନ୍ତ ଜଳକୁ ସ୍ଥାନାନ୍ତରଣ କରାଗଲେ ଗ୍ରାମର ଅଧିକାଂଶ ଚାଷୀ ଉପକୃତ ହେବ ସଂଗେ ସଂଗେ ତାଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ | ମୁଖ୍ୟମନ୍ତ୍ରୀନ୍କ ସୁସଂ ଫଳରେ ଅଞ୍ଚଳବାସୀ ବିଶେଷ ଆଶାବାଦୀ ରହିଥିବା ସହିତ ସେ ଚାହିଁଲେ ନିଶ୍ଚିତ ଭାବେ ଏହି କାମ ସମ୍ଭବ ହୋଇପାରିବ ବୋଲି ଆମ ସମସ୍ତଙ୍କ ଆଶା ଓ ଭରସା |


ରାଜେଶ ମହାପାତ୍ର (ଯୁବ ଚାଷୀ ): ନଦୀର ପାଣି ଆଖିଆଗରେ ବୋହି ଯାଉଥିବ ଆଉ ବିଲରେ ଧାନ ମରିଯାଉଥିବା ଦେଖି ବହୁତ ଦୁଃଖ ଲାଗେ | ଆମ ଗ୍ରାମରେ ୭୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରନ୍ତି | ଏହା ହିଁ ଆମର ମୁଖ୍ୟ ଜୀବିକା | ଚେକ ଡ୍ୟାମ କରାଯାଇ ବଡ଼ବନ୍ଧକୁ ପାଣି ଉଥଗଲେ ଅନ୍ତତଃ ଗୋଟିଏ ଥର ଚାଷ ଭଲ ଭାବରେ ହୋଇପାରନ୍ତା| ସରକାର ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ କରୁଛୁ |

ନେତ୍ରାନନ୍ଦ ଭୋଇ(ଚାଷୀ): ବହୁତ ଦିନରୁ ଆମ ଗ୍ରାମରେ ଉଠାଜଳସେଚନ ପ୍ରକଳ୍ପ ହେବାର ଶୁଣି ଆସୁଛୁ, ହେଲେ ଏ ନେଇ କେହି କିଛି ପଦକ୍ଷେପ ନେଉନାହାନ୍ତି | ମୁଖ୍ୟମନ୍ତ୍ରୀ ଆମ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ହେବ ପରେ ପରେ ନୂତନ ଆଶାର ସଂଚାର ହୋଇଥିଲା ଏବଂ ତାହା ବଳବତ୍ତର ହୋଇରହିଛି | ଏହି ପ୍ରକଳ୍ପ ହୋଇଗଲେ ଗ୍ରାମର ସମସ୍ତ ଚଷିବୃନ୍ଦ ଚିରଦିନ ପାଇଁ ସରକାରଙ୍କ ପାଖରେ ଋଣୀ ହୋଇରହିବୁ |

ଲିଙ୍ଗରାଜ ସାହୁ (ଯୁବ ଚାଷୀ): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆମର ସମ୍ପୂର୍ଣ୍ଣ ଆଶା ଓ ଭରସା ରହିଛି | ତେବେ ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀ ଏ ଅଂଚଳର ଚାଷୀମାନଙ୍କ ହୃଦୟର କଥା ଶୁଣି ତାଙ୍କ ମୁହଁରେ ହସ ଫୁଟାଇବା ନିମିତ୍ତ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରି ଚିରଦିନ ପାଇଁ ସମସ୍ତଙ୍କ ହୃଦୟରେ ପୂଜ୍ୟ ହୋଇ ରହିବେ |

Comments are closed.