Related Contents

ମହାନ ରକ୍ତଦାନ ଶିବିର, ପାଇକମାଳ

ରିପୋର୍ଟ: ଡିଳେଶ୍ୱର ବାଗ
ପାଇକମାଲ(୨୨/୦୯): ଆଜି ରବିବାର ପାଇକମାଲ ବ୍ଲକ ଟେମରି ସୋଢା ଠାରେ ମାଁ ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ମହାନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଗାଁ ର ଲୋକ ଏବଂ ମହିଳା ମାନଙ୍କ ଭିଡ଼ ଲାଗି ରହିଥିଲା ।

ଏହି ରକ୍ତଦାନ ଶିବିରରେ ମୋଟ ୪୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ପଦ୍ମପୁର ରକ୍ତ ଭଣ୍ଡାରର ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହନ୍ତଙ୍କର କହିବା ମୁତାବକ ପଦ୍ମପୁର ଅଂଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଆୟୋଜିତ ହେଇଥିବା ପ୍ରଥମ ରକ୍ତ ଦାନ ଶିବିର । ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଶ୍ରୀମତୀ କଳ୍ପନା ରଣା କହିଥିଲେ ଯେ ବିଗତ ୧୫ଦିନରୁ ଉର୍ଦ୍ଧ ସମୟ ଧରି ସେମାନେ ଏହି ରକ୍ତ ଦାନ ଶିବିର ପାଇଁ କଠିନ ପରିଶ୍ରମ କରିଛନ୍ତି । ପାଇକମାଲ ବିଡ଼ିଓ ଶ୍ରୀ ସଦାଶିଵ ନାୟକ ମାଁ ମଙ୍ଗଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠିର ଏହି ମହତ କାର୍ଯକୁ ପ୍ରଶଂସା କରିବା ସହିତ ମହିଳା ମାନେ ମଧ୍ୟ ଆଗକୁ ଏହିଭଳି ମହତ କାର୍ଯ କରିବେ ବୋଲି ଆଶା ପୋଷଣ କରିଥିଲେ । ଗୋଷ୍ଟିର ସଭାପତି ଶ୍ରୀମତୀ ସୁବୋଦିନୀ ସାହୁ ଆଜିର ଶିବିରରେ ରକ୍ତଦାନ କରିଥିବା ସମସ୍ତ ରକ୍ତ ଦାତା ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ |

Comments are closed.