ପଦ୍ମପୁରରେ ବିଭିନ୍ନ ସ୍ଥାନରେ ପୁଅଜିଉଁନ୍ତିଆ ପର୍ବ ପାଳନ

ରିପୋର୍ଟ-ଡିଲେଶ୍ୱର ବାଗ
ପଦ୍ମପୁର(୨୨/୦୯): ବରଗଡ ଜିଲ୍ଲା ପଦ୍ମପୁରରେ ଭିନ୍ନ ଭିନ୍ନ ଯାଗାରେ ଆଜି ପୁଅଜୀଉନ୍ତିଆ ପାଳନ କରାଯାଉଛି । ଏହା ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀଦିନ ଦେବୀଙ୍କର ଉତ୍ଥାନ ହୋଇଥାଏ ଅର୍ଥାତ୍ ଦିନବେଳା ଦେବୀଙ୍କୁ ଉଠାଯାଇଥାଏ ।

ଏହି ଦିନ ଦେବୀଙ୍କ ଉତ୍ଥାପନ ଅଷ୍ଟମୀ, ଏହା ଆର୍ଦ୍ର ନକ୍ଷତ୍ରଯୁକ୍ତ ହୋଇଥିବାରୁ ମୂଳାଷ୍ଟମୀ ବୋଲି କୁହାଯାଏ । ଏହିଦିନଠାରୁ ମା’ ଦୁର୍ଗାଙ୍କ ଷୋହଳ ଦିବସୀୟ ପୂଜା ଆରମ୍ଭ ହୋଇଥାଏ । ଏଥିପାଇଁ ପୁର ପଲ୍ଲୀରେ ମା’ମାନେ ପୁଅଜିଉନ୍ତିଆ ଓଷା ବା ଦୁତିବାହନ ଓଷା କରିଥାନ୍ତି । ପୁଅର ମଙ୍ଗଳ ପାଇଁ ମାଁ ମାନେ ନ ଖାଇ ନ ପି ନିର୍ଯଲା ଉପାସ ରଖିଥାନ୍ତି । ପୁରୁଷୋତ୍ତମ ଦାଶଙ୍କ ରଚିତ ଦୁତିବାହନ ଓଷା ଅନୁସାରେ ଏହି ପୁଅଜିଉନ୍ତିଆର ଏକ ବିଶେଷ ସ୍ୱାତନ୍ତ୍ର ରହିଛି ।

Comments are closed.