ଝରିଗାଁ ବ୍ଲକ ସାମ୍ବାଦିକ ସଂଘ ଗଠିତ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରିଗାଁ(୨୨.୦୯.୨୦୧୮): ଆଜି କେନ୍ଦ୍ରୀୟ ନର୍ସରୀ ଠାରେ ବ୍ଲକ ର କାର୍ଯ୍ୟରତ ୧୮ ଜଣ ସାମ୍ବାଦିକ ବନ୍ଧୁଙ୍କୁ ନେଇ ଏକ ବନ୍ଧୁମିଲନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ ଝରିଗାଁ ବ୍ଲକ ରେ ସାମ୍ବାଦିକ ସଂଘ ଏବଂ ସାମ୍ବାଦିକ ଭବନ ଆବଶ୍ୟକତା ରହିଥିବା ନେଇ ମତ ପ୍ରକାଶ ପାଇଥିଲା ।ଉପସ୍ଥିତ ସାମ୍ବାଦିକ ବନ୍ଧୁଗଣ ଙ୍କ ମତା ମତ ପରେ ବ୍ଲକ ସାମ୍ବାଦିକ ଗଠିତ ହୋଇଥିଲା ।

ଗିରିଧାରୀ ମାଝୀ ଙ୍କ ପୋୖରହିତ୍ୟ ରେ ଅନୁଷ୍ଟିତ ବୈଠକରେ ସର୍ବସମ୍ମତି କ୍ରମେ ଝରିଗାଁ ବ୍ଲକ ସାମ୍ବାଦିକ ସଂଘ ସଭାପତି ଭାବେ ଜ୍ୟୋତି ପ୍ରକାଶ ଦାସ, ଉପସଭାପତି ତ୍ରିନାଥ ଧୁରୁଆ, ସଂପାଦକ ରମେଶ ପଟ୍ଟନାୟକ, ସହସମ୍ପଦକ ଜିତେନ୍ଦ୍ର ମହାରଣା, କଷାଧକ୍ଷ ଗିରିଧାରୀ ମାଝୀ ପ୍ରମୁଖ ଗ୍ରହଣ କରିଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରଦୀପ ପଟ୍ଟନାୟକ, କିଶୋର ମଣ୍ଡଳ, ସଞ୍ଜୟ କୁମାର ନାୟକ, ଜୟଶ୍ରୀ ଦାସ, କଳାକାନୁ ନଦିଆ, ଗଣେଶ ଛତ୍ର, ସନ୍ତାଷ ପଟ୍ଟନାୟକ, ଲଷ୍ମୀକାନ୍ତ ପାଣ୍ଡେ ପ୍ରମୁଖ ରାହିଥିଲେ ।ସାଧାରଣ ସଭ୍ୟ ଭାବେ ବଳ ରାମ ଗୌଡ଼, ସମ୍ବିତ ଦାସ,ଗଣେଶ ମିତ୍ର, ଶ୍ରୀଧର ମାଟିଆ, ବଳଦେବ ଗୌଡ଼, ବସନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।ବୈଠକରେ ସାମ୍ବାଦିକ ବନ୍ଧୁ ମାନଙ୍କୁ ନିଜ ଅଞ୍ଚଳ ର କର୍ତ୍ତବ୍ୟ ଓ ପ୍ରଶାସନିକ ଅଧିକାରୀ ଙ୍କ ସମନ୍ୱୟ ଏବଂ ଅଞ୍ଚଳ ର ଉନ୍ନତି ନେଇ ଭୂମିକା ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ମାନେ ମତ ଦେଇଥିଲେ ।ସ୍ଥାନୀୟ ଯୁବନେତା ପ୍ରିୟରଞ୍ଜନ ଦାସ ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ପ୍ରଦାନ ସହ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଝରିଗାଁ ବ୍ଲକ ସାମ୍ବାଦିକ ଭବନ ପ୍ରତିଷ୍ଠା ପାଇଁ ନିଜସ୍ଵ ପାଣ୍ଟି ରୁ ଆର୍ଥିକ ସହାୟତା ଯୋଗାଇଦେବା ନେଇ ସୂଚନା ଦେଇଥିଲେ ।ଶେଷରେ ଝରିଗାଁ ସାମ୍ବାଦିକ ସଂଘ ତରଫରୁ ଥାନା ଅଧିକାରୀ ପ୍ରମଦ କୁମାର ନାୟକ ଙ୍କୁ ଆମନ୍ତ୍ରିତ କରି ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ଝରିଗାଁ ଥାନା ଅଧିକାରୀ ନିଜର୧୧ ମାସ ର କାର୍ଯ୍ୟକାଳ ରେ ସ୍ଥାନୀୟ ଅଞ୍ଚଳର ପ୍ରିୟଭାଜନ ହୋଇଥିବା ବେଳେ ଝରିଗାଁ ଥାନା ସୁନାମ ନେଇ କାର୍ଯ୍ୟରତ ଥିଳେ ତେବେ ହଠାତ ଥାନା ଅଧିକାରୀ ଙ୍କ ବଦଳିରେ ସ୍ତାନୀୟ ଅଞ୍ଚଳରେ ଥାନା ଅଧିକାରୀ ଙ୍କ ବଦଳି କୁ ବିରୋଧ କରାଯାଇଛି ।ଶେଷରେ କାନୁ ନଦୀଆ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଘ କାରିଥଲେ ।

Comments are closed.