ଦୋକାନ ରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣା ର ୪ ଅଭିଯୁକ୍ତ ଗିରଫ

0
116
ଦୋକାନ ରୁ ଲକ୍ଷାଧିକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଲା, ତା (୦୯/୧୦) : ଗତ ୭ ତାରିଖ ଦିନ ଗୋଟିଏ ଦୋକାନ ରୁ ଲକ୍ଷାଧିକ ଟଙ୍କା ସାଇକେଲ ସହ ବିଭିନ୍ନ ସାମଗ୍ରୀ ଚୋରୀ ଘଟଣା ର ପର୍ଦ୍ଦାଫାଶ କରିଛି ସଇଁତଲା ପୋଲିସWhatsApp Image 2022 10 09 at 10.37.47 PM ଦୋକାନ ରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣା ର ୪ ଅଭିଯୁକ୍ତ ଗିରଫ

ଏହି ଦୋକାନ ରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସଇଁତଲା ଥାନା ଧରବଗଡ଼ ଗ୍ରାମ ର ବାଞ୍ଛାନିଧି ବଗର୍ତି (୩୩) ଓ ମନ ଓରଫ ମନବୋଧ ସେଲମା (୪୧), ଟିଟିଲାଗଡ଼ ଥାନା ସ୍ୱାଧୀନ ପଡା ର ସମାରୁ କଟା (୩୦) ଓ ରଙ୍ଗବାହାଲି ର (ରିଗଡୁଲ) ଗ୍ରାମ ର ପ୍ରେମାନନ୍ଦ ପୋଢ଼ (୨୬) ବୋଲି ଜଣାପଡିଛି ।

ଏହି ଘଟଣାକୁ ନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ତତ୍ତ୍ୱବଧାନରେ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ ହୋଇଥିଲା । ପ୍ରକାଶ ଯେ, ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧିନସ୍ଥ ଧରବଗଡ଼ ଗ୍ରାମ ର ଲାଲୁ ଦାଣ୍ଡିଆ ନାମକ ଜଣେ ବ୍ୟବସାୟୀ ଦୀର୍ଘ ବର୍ଷ ଧରି ପଞ୍ଚାୟତ ଛକ ପାଖରେ ଏକ ସାଇକେଲ ଓ ସାମଗ୍ରୀ ଦୋକାନ ଖୋଲି ବ୍ୟବସାୟ କରୁଥିଲେ । ତେବେ ଗତ ୭ ତାରିଖ ଦିନ ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତମାନେ ଦୋକାନ ତାଲା ଭାଙ୍ଗି ସାଇକେଲ ସହ ସାଇକେଲ ସାମଗ୍ରୀକୁ ଏକ ବଲେରୋ ପିକଅପ ଗାଡିରେ ଲୁଟ କରି ଫେରାର ମାରିଥିଲେ ।

ସକାଳୁ ଘଟଣା ଖବର ପାଇଁ ଲାଲୁ ବଡ଼ମାଳ ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ସଇଁତଲା ପୋଲିସ ଥାନା କେସ ନଂ ୨୭୮/୨୨ ରେ ମାମଲା ରୁଜ୍ଜୁ କରି ଦଫା ୪୫୭, ୩୮୦ ଆଇପିସିରେ ଘଟଣା ତଦନ୍ତ ଆରମ୍ଭ କରିଥିଲା । ଏଥିରେ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଙ୍କ ତତ୍ତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଟିମରେ ସଇଁତଲା ଥାନା ଆଇଆଇସି ଅବନୀ ସାହୁଙ୍କ ଉଦ୍ୟମରେ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ, ଥାନା ଏସଆଇ ସଂଗୀତା ବେକ ଓ ଏଏସଆଇ ଅରକ୍ଷିତ ନାୟକଙ୍କ ନେତୃତ୍ୱରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି । ଏଥିରେ ପୋଲିସ ୪ ଗୋଟି ସାଇକେଲ, ବଲେରୋ ପିକଅପ ଭ୍ୟାନ ନଂ ଓଆର ୨୬ ୫୪୯୪, ଗୋଟିଏ ଧାରୁଆ କଟର ଓ ସାଇକେଲ ର ସାମଗ୍ରୀକୁ ପୋଲିସ ଜବତ କରିଛି । ଅନ୍ୟପଟେ ଟିଟିଲାଗଡ଼ରେ ନୂତନ ଭାବେ ଯୋଗଦାନ କରିବା ପରେ ଏସଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାରଙ୍କ ଏହା ପ୍ରଥମ ସାମ୍ବାଦିକ ସମ୍ବିଳନୀ ହୋଇଥିଲା ।