ସ୍ବର୍ଗତ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ପ୍ରଥମ ବାର୍ଷିକ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଓ ବୃକ୍ଷ ରୋପଣ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୨/୦୯): ରାୟଗଡା ଜ଼ିଲ୍ଲା ବର୍ଷିଆନ ସାମ୍ବାଦିକ ସ୍ବର୍ଗତ ସୁବାଷ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ତାଙ୍କରି ସ୍ମୃତି ଉଦେଶ୍ୟରେ ରାୟଗଡା ସହରର ବ୍ରାହ୍ମୀଣ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରାୟଗଡା ପ୍ରେସ ୟୁନିଅନ ତରଫରୁ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଏଥିରେ ପ୍ରେସ ୟୁନିଅନର ସାମ୍ବାଦିକ ଯଥା ଦୟାନନ୍ଦ ଖାଡ଼ଙ୍ଗ ରଶ୍ମି ରଞ୍ଜନ ଦୋରା ସୁବାଷ ସୂର୍ଯ୍ୟ ସଂତୋଷ ପାଣିଗ୍ରାହୀ ସଂତୋଷ ସାହୁ ଅମୁଲ୍ୟ ନିଶଙ୍କ ସରୋଜ ଶ୍ୱଶୁ ମନୋଜ ସାହୁ ଉପସ୍ଥିତ ଥିଲେ | ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ଗ୍ରୀନ ରାୟଗଡାର ଶ୍ରୀ କେ କେ ଜେନା ଓ ସ୍ଥାନୀୟ ପ୍ରାଥମିକ ସ୍କୁଲର ଶିକ୍ଷକ ବୃନ୍ଦ ଉପସ୍ଥିତ ରହିଥିଲେ |

Comments are closed.