ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କଲା ବନ ବିଭାଗ

0
156
ବେଆଇନ୍ ଗଞ୍ଜେଇ ଚାଷ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୦/୧୦) : ବୌଦ୍ଧ ଜିଲ୍ଲାରେ ଚାଲିଥିବା ବେଆଇନ୍ ଗଞ୍ଜେଇ ଚାଷ କୁ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ କରିବା ପାଇଁ ଅଣ୍ଟା ଭିଡିଛି ବୌଦ୍ଧ ଜିଲ୍ଲା ର ବନ ବିଭାଗ ।WhatsApp Image 2022 10 09 at 10.07.43 PM 1 ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କଲା ବନ ବିଭାଗ

ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ର କେତେକ ଉପାନ୍ତ ଜଙ୍ଗଲ ଗୌଚର ଜମିକୁ ଅକ୍ତିଆର କରି ଗଞ୍ଜେଇ ମାଫିଆ ମାନେ ବେଆଇନ୍ ଗଞ୍ଜେଇ ଚାଷ କରୁଥିବା ବେଳେ ବନ ବିଭାଗ ମଧ୍ୟ ତାଙ୍କୁ ଉଚିତ୍ ଜବାବ୍ ଦେଇ ଆଜି ଆଧୁନିକ ଅସ୍ତ୍ର ଡ୍ରୋନ କେମେରା ସହାୟତା ନେଇ ସ୍ଥାନ ନିରୂପଣ କରି ଗଞ୍ଜେଇ ଚାଷ ନଷ୍ଟ କରିବାରେ ସକ୍ଷମ ହୋଇଛି ।

ଆଜି ମନମୁଣ୍ଡା ବନାଞ୍ଚଳ ତଥା ପଞ୍ଚରା ସଂରକ୍ଷିତ ଜଙ୍ଗଲରେ ମନମୁଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀବତ୍ସ କୁମାର, ପୁରୁଣା କଟକ ବନାଞ୍ଚଳ ଅଧିକାରୀ ନିହାର ରଞ୍ଜନ ମଲ୍ଲିକ, ବୌଦ୍ଧ ବନାଞ୍ଚଳ ଅଧିକାରୀ ଏମ ପ୍ରସାଦ ରାଓ, ଫରେଷ୍ଟର ଦେବକାନ୍ତ ବେହେରା, ପ୍ରକାଶ ଚନ୍ଦ୍ର ସେଠୀ, କଣ୍ଟାମାଳ ବନାଞ୍ଚଳ ବନ ବିଭାଗ ର ସମସ୍ତ ଫରେଷ୍ଟ ଗାର୍ଡ ଓ ଏପିଆର୍ ଫୋର୍ସ ଏକତ୍ର ଚଢ଼ାଉ କରି ୨ ହେକ୍ଟର ଜମିରେ ହୋଇଥିବା ୧୨,୦୦୦ ହଜାର ଗଞ୍ଜେଇ ଗଛ ନଷ୍ଟ ହୋଇଥିବା ସୂଚନା ମିଳିଛି । ଏପରି ଚଢ଼ାଉ ଆଗକୁ ଜାରି ରହିବ ବୋଲି ମନମୁଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀବତ୍ସ କୁମାର ସୂଚନା ଦେଇଛନ୍ତି ।