ବିଧାୟକଙ୍କ ଲମାତାପୁଟ ଗସ୍ତ

ରିପୋର୍ଟ: କପିଳେନ୍ଦ୍ର ଦେବ ସାମନ୍ତରାୟ
ଲମତାପୁଟ(୨୦/୦୯/୧୯): ଆଜି କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ୍ ଲମାଟପୁଟ ଗସ୍ତ କରି ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ର ତଦାରଖ କରୁଛନ୍ତି । ମାଛକୁଣ୍ଡ ସ୍ଥିତ ଡୁଡୁୁମା ପର୍ଯ୍ୟଟନ ସ୍ଥଳୀ କୁ ପରିଦର୍ଶନ ଯାଇ ଏ ଅଞ୍ଚଳର ବିକାଶ ଦିଗରେ ଅଗ୍ରାଧିକାର ଦିଆ ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ପର୍ଯ୍ୟଟନସ୍ଥଳୀ ପାଇଁ ଟଙ୍କା ରହିଛି ତାକୁ କିପରି ବିନିଯୋଗ କରାଯିବ ସେନେଇ ଆଲୋଚନା କରିଥିଲେ । ମାଛକୁଣ୍ଡ ଠାରୁ ଅନକାଡିଲି ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବ । ସେଥିପାଇଁ ଏଲିଡି ଲାଇଟ୍ ଯୋଗାଇଦିଆଯିବ କହିବା ସହ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ପ୍ରକଳ୍ପ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି । ସେହି ଅଞ୍ଚଳର ଉପପଡା ଗାଁ କୁ ସଂଯୋଗ କରୁଥିବା ପୋଲକୁ ବୁଲି ଦେଖିଥିଲେ । ଏହି ପୋଲ ତିଆରି ପାଇଁ ଗ୍ରାମବାସୀ ମାନେ ବହୁଦିନ ହେଲା ଦାବି କରି ଆସୁଥିଲେ ଏଥିପାଇଁ ବିଧାୟକ ଚେଷ୍ଟା କରି ସଫଳ ହୋଇଥିଲେ । ପୋଲ ନିର୍ମାଣର ବହୁଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପିଚୁ ନ ପକାଇ ମାଟି ପକାଇ ସମତଳ କରାଯାଇ ଥିବା ଦେଖି ବିଧାୟକ ବହୁତ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିଦ୍ କରିବାସହ ମାସକ ମଧ୍ୟରେ ପିଚୁ ଢଳେଇ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ଆସନ୍ତା ମାସରେ ପୋଲର ଉଦ୍ଘାଟନ କରାଯିବ ବୋଲି ଗଣାଧ୍ୟମକୁ କହିଛନ୍ତି । ଶେଷରେ ଲାମତାପୁଟ ବଜାର ବୁଲି ଦେଖିଥିଲେ । ରାସ୍ତାର ଉଭୟ ପାର୍ଶ୍ବ ରେ ରହିଥିବା କାଦୁଅକୁ ଦେଖିବା ସହ ଅସନ୍ତୋଷ ପ୍ରକାଶ କରିବା ସହ ଡ୍ରେନ କରାଯିବା ପ୍ରତିଶ୍ରୁତି ଦେଇଛନ୍ତି |

Comments are closed.