Friday, March 29, 2024

Top 5 This Week

Related Posts

ହରଭଙ୍ଗାରେ ସ୍ୱଚ୍ଛ ଭାରତ 2.0 ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୯/୧୦) : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଗଣପତି ବାପା ମୋର ୟା ଯୁବକ ସଂଘ ର ମିଳିତ ଆନୁକୂଲ୍ୟରେ ହରଭଙ୍ଗାରେ ସ୍ୱଚ୍ଛ ଭାରତ 2.0 ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 09 at 7.33.12 PM 1 ହରଭଙ୍ଗାରେ ସ୍ୱଚ୍ଛ ଭାରତ 2.0 ଅନୁଷ୍ଠିତ

ନେହେରୁ ଯୁବ କେନ୍ଦ୍ର କର୍ମକର୍ତ୍ତା ସୁପ୍ରିୟା ଦେହୁରୀ, ମନୋଜ ଭୋକ୍ତା ଓ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ଗାନ୍ଧିଜୀଙ୍କ ଜନ୍ମ ତିଥି ଅନୁସାରେ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖରେ ସମାପ୍ତ ହେବାକୁ ଥିବା ହରଭଙ୍ଗାରେ ସ୍ୱଚ୍ଛ ଭାରତ 2.0 ଆଜି ନବମ ଦିନରେ ଖରସଙ୍କୁଲୋଇ ଠାରେ ବ୍ଲକ ସ୍ତରୀୟ ସ୍ୱଚ୍ଛ ଭାରତ 2.0 ଓ ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ ଉଦଘାଟିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଗ୍ରାମେ ଅଙ୍ଗନବାଡ଼ି କର୍ମୀ ଉମାରାଣୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇବା ସହ ଯୁବ ବର୍ଗଙ୍କ ଏହି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ବ୍ଲକ ର ବିଭିନ୍ନ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀ କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ପର୍ଯ୍ୟଟନ ସ୍ଥଳୀ ପ୍ରଭୃତି ସ୍ଥାନ ଗୁଡିକରେ ସ୍ୱଚ୍ଛତା ରଖିବାକୁ କାର୍ଯ୍ୟକ୍ରମ ରଖାଯାଇଛି ।

ଏହି ଆଧାରରେ ଆଜି ଖରସଙ୍କୁଲୋଇ ଠାରେ ଗ୍ରାମ ର ଉଦିୟମାନ ଯୁବକ ମାନଙ୍କୁ ନେଇ ସ୍ୱଚ୍ଛ ଭାରତ 2.0 ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାରଦା ପ୍ରସାଦ ହୋତା, ସୌଭାଗ୍ୟ କୁମାର ମହାକୁଡ଼ ଓ ଗ୍ରାମ ର ଅନ୍ୟାନ୍ୟ ଯୁବକ ଯୁବତୀ ସହଯୋଗ କରିଥିଲେ । ସୂଚନା ଥାଉ କି ଏହି କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ଚାଲିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

Popular Articles