ବିଏସଏଫ ଯବାନଙ୍କ ଦ୍ଵାରା ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୨୦/୦୯/୧୯): ଗତ କାଲି ମଧ୍ୟ ରାତ୍ରିରେ ବିଏସଏଫ ଯବାନଙ୍କ ଦ୍ଵାରା ୬୦ ଲକ୍ଷ ଟଙ୍କାର ଗଂଜେଇ ଜବତ କରାଯାଇଛି । କୋରାପୁଟ ଜିଲ୍ଲା ଲାମତାପୁଟ ବ୍ଲକ ମାଛକୁଣ୍ଡ ଠାରେ ଗତକାଲି ଵିଏସଏଫ ଯବାନ କମ୍ବିଂ କରୁଥିବା ସମୟରେ ଏକ ପିକଅପ ଭେନ୍ ଏପି ୩୧ ଟିସି ୯୫୦୮ ଗାଡ଼ି ଦୃତ ଗତିରେ ଯାଉଥିବାର ଦେଖି ଯବାନଙ୍କ ମନରେ ସନ୍ଦେହ ହୋଇଥିଲା |

ତେଣୁ ଗାଡ଼ିକୁ ଅଟକାଇ ଯାଞ୍ଚ୍ କରିବାରୁ ସେଥିରେ ଗଞ୍ଜେଇ ଥିବାର ଜଣାପଡିଥିଲା । ପ୍ରାୟ ୧୨କ୍ୱିଣ୍ଟାଲ ଗଞ୍ଜେଇ ସହ ଗୋଟେ ୭ଏମ୍ ଏମ୍ ପିଷ୍ତଲ୍ ଓ ନଗଦ ୨୦ ହଜାର ଟଙ୍କା ସହ ଦୁଇ ଜଣ ଯୁବକଙ୍କୁ ଜବତ କରିଛନ୍ତି । ପରେ ବିଏସଏଫ ଗାଡ଼ି ସହ ଜବତ ଗଞ୍ଜେଇ ପିସ୍ତଲ ଟଙ୍କା ସହ ଦୁଇ ଯୁବକଙ୍କୁ ମାଛକୁଣ୍ଡ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଏହି ଗଞ୍ଜେଇ ଅନକାଡ଼ିଲିରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କାର ଓ ଗିରଫ ଯୁବକ ମାନେ ହେଲେ ସ୍ଥାନୀୟ ଅଞ୍ଚଳ ଖିଲପୁଟ ଗ୍ରାମର ଲବ ଖିଲ ଓ ମନ୍ତ୍ରୀପୁଟ ଗ୍ରାମର ମଙ୍ଗଳା ଖରା ନାମକ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଶେଷରେ ମାଛକୁଣ୍ଡ ପୋଲିସ ଗିରଫ ଦ୍ବୟ ଯୁବକଙ୍କୁ କୋର୍ଟ ଚାଲାଣ କରିଛି |

Comments are closed.