OAS ପରୀକ୍ଷାରେ କୃତକାର୍ଯ୍ୟ ହେଲେ ସୋନପୁର ସହର ର ପାୟଲ ବାଗ

0
145
OAS

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୯/୧୦) : ସୁବର୍ଣ୍ଣପୁର ସହର ର ଟିକ୍ରୀପଡା ବାସିନ୍ଦା ତଥା ସର୍ବ ପୁରାତନ ସୋନପୁର କଲେଜ ର ମୁଖ୍ୟ କିରାଣୀ ପ୍ରମୋଦ ବାଗ ଓ ସୁ -ଗୃହିଣୀ ସସ୍ମିତା ବାଗ ଙ୍କ ଝିଅ ପାୟଲ ବାଗ ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷା ୨୦୨୦ ରେ ୨୫୭ ନମ୍ବର ରେଙ୍କ୍ ରେ ଉତ୍ତୀର୍ଣ୍ଣ ହୋଇ ଏହି ଅଞ୍ଚଳ ର ଗୌରବ ବୃଦ୍ଧି କରିଛନ୍ତି ।

ସୁଶ୍ରୀ ପାୟଲ ସେଣ୍ଟ ଆନି କନଭେଣ୍ଟ ସ୍କୁଲ ସୋନପୁରରେ ନିଜର ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ଯୁକ୍ତ ଦୁଇ ବିଜ୍ଞାନ ସୋନପୁର କଲେଜ, କଳାହାଣ୍ଡି ସରକାରୀ କଲେଜରେ ମେକାନିକାଲ ଇଞ୍ଜିନିଅରିଙ୍ଗ ଅଧ୍ୟୟନ ପରେ ସି ଟି ଟି ସି ଭୁବନେଶ୍ୱରରେ କିଛି ବର୍ଷ ଅଧ୍ୟାପିକା ଭାବେ କାର୍ଯ୍ୟ କରିଥିଲେ । ୨୦୧୭ ରେ ଭୁବନେଶ୍ୱରରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ । ସେ ଦ୍ଵିତୀୟ ଥର ର OAS ପରୀକ୍ଷାରେ ଏହି କୃତିତ୍ତ୍ୱ ହାସଲ କରିଛନ୍ତି ।

ଏହି ସଫଳତା ର ଶ୍ରେୟ ସେ ନିଜର ସମସ୍ତ ସ୍କୁଲ କଲେଜ ଟିଚର ଓ ପିତାମାତା, ମଉସା ମାଉସୀ ଓ ପ୍ରେରଣା ଦାତା ସହର ର ସମସ୍ତ ମିଡ଼ିଆ, ବୁଦ୍ଧିଜୀବୀ ଙ୍କୁ ପ୍ରଦାନ କରିଛନ୍ତି । ତାଙ୍କର ଏହି ସଫଳତାରେ ସୋନପୁର ଅଞ୍ଚଳରେ ଖୁସି ର ଲହରୀ ଖେଳି ଯାଇଥିବା ବେଳେ ଗତକାଲି ଠାରୁ ସୁଶ୍ରୀ ପାୟଲ ଙ୍କ ପରିବାର ର ଅଗଣିତ ଶୁଭେଛୁ , ଓଏଏସ ପାୟଲ ଓ ତାଙ୍କର ପିତା ମାତା ଙ୍କୁ ଫୋନ ଯୋଗେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।