ଅନଲାଇନ କ୍ରିକେଟ ବ୍ୟାଟିଂରେ ୫ଜଣ ଗିରଫ, ଲକ୍ଷାଧିକ ଟଙ୍କା ଜବତ

ରିପୋର୍ଟ: ଗୋପୀନାଥ ଗୌଡ଼, ଅମୁଲ୍ୟ ନିସଙ୍କ
ରାୟଗଡା(୨୧/୦୯): ରାୟଗଡା ସହରରେ ଥିବା ରାଣୀଗୁଡା ଫାର୍ମର ଲକ୍ଷ୍ମୀ ନାରାୟଣ ସାହିର କେ.ସୁରିୟା ରାଓଙ୍କ ଘରେ ଅନଲାଇନ କ୍ରିକେଟ ସଟ୍ଟାବାଜି ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ରାୟଗଡା ଟାଉନ ଥାନା ପୋଲିସ ଚଡାଉ କରିଥିଲା । ଚଡାଉ ବେଲେ ୫ଜଣକୁ ଗିରଫ କରିଛି ରାୟଗଡା ପୋଲିସ ।

ସେମାନେ ହେଲେ କେ.ସୁରିୟା ରାଓ/ବୁଜି (୩୦), ରାଣୀଗୁଡା ଫାର୍ମ ପ୍ରଥମ ଗଳିର ସାଗର ସାହୁ/ପିଙ୍କୁ (୨୬), ରୋୟତ କଲୋନୀ ୨ୟ ଗଳିର ଜ୍ୟୋତି ରଞ୍ଜନ ପଲାଇ/ବନ୍ଟି (୨୪), ରାଣୀଗୁଡା ସ୍ଥିତ ରେଭିନିୟୁ କଲୋନୀର ସତ୍ୟବ୍ରତ ପ୍ରଧାନ(୨୩) ଏମାନେ ୫ଜଣ ଗିରଫ ହୋଇଛନ୍ତି । ଗିରଫ ପରେ ଏମାନଙ୍କ ନିକଟରୁ ୧ଲକ୍ଷ୩୭ହଜାର ନଗଦ ଟଙ୍କା, ୫ଟି ମୋବାଇଲ ଫୋନ, ୩ ଗୋଟି ଡାଈରୀ ଏବଂ ୩ ଗୋଟି ବାଇକ ଜବତ ହୋଇଛି । ତଦନ୍ତ ପରେ ଏହି ଅନଲାଇନ କ୍ରିକେଟ ସଟ୍ଟାବାଜିର ମାଷ୍ଟ୍ର ମାଇଣ୍ଡ ବା ମୁଖ୍ୟ ଅଭିଯୁକ୍ତ ଗୁଣୁପୁରର ସୁଭଦ୍ରା ପୁର ଗାଁର ପି.ଈଶ୍ଵର ରାଓ (୩୪)ଙ୍କୁ ଗିରଫ କରାଯାଇଥିଲା । ଗିରଫ ବେଳେ ତାଙ୍କ ନିକଟରୁ ନଗଦ ୨ଲକ୍ଷ ୫୦ ହଜାର ଟଙ୍କା, ଗୋଟିଏ ଡାଇରି ଏବଂ ତାଙ୍କର ମୋବାଇଲ ଫୋନ ଜବତ କରାଯାଇଥିଲା । ମାଷ୍ଟ୍ର ମାଇଣ୍ଡ ପି.ଈଶ୍ୱର ରାଓ ଗୁଣୁପୁରରୁ ସିଧା ସଳଖ ନିଜ ମୋବାଇଲରେ ମୁଖ୍ୟତଃ କଲେଜ ପିଲାଙ୍କୁ ନେଇ ଏହି କ୍ରିକେଟ ସଟ୍ଟାବାଜି ଚଳାଉଥିଲେ । ବିଭିନ୍ନ ଵ୍ୟଵସାୟୀ ନିଜର କଷ୍ଟ ଅର୍ଜିତ ଧନକୁ ଏହି ଠାରେ ଲଗାଉଥିଲେ । ପୋଲିସ ହାତରେ ଧରା ପଡିବା ପରେ ପୋଲିସ କେଶ ନମ୍ବର ୩୦୭/୨୦୧୯, ୟୁ/ଏସ ୨୯୪ (ଏ) ପୁବ୍ଲିକ ୪୨୦, ପବଲିକ ୩୪୧ ଆଇପିସି ଧାରା ୪ /୫ ଏବଂ ଟଙ୍କା ତସ୍କରୀ ସ୍କିମ(ଯାହା ସମ୍ପୂର୍ଣ ବେନ କରାଯାଇଛି)ବିରୁଦ୍ଧରେ ମାମଲା ରୁଜୁ କରିଛି ରାୟଗଡା ପୋଲିସ । ଏହାପରେ ଗିରଫ ଅଭିଯୁକ୍ତଙ୍କୁ ବିଚାର ବିଭାଗକୁ ହସ୍ତାନ୍ତର କରିଛି ରାୟଗଡା ପୋଲିସ ।

Comments are closed.