ସ୍ୱାଧୀନତାର ୭୩ବର୍ଷ ପରେ ଦୁର୍ଗମ ପାହାଡିଆ ଗାଁ ଗାଇଲୁଙ୍ଗରେ ମନ୍ତ୍ରୀ ଓ ବିଧାୟକ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୧/୦୯): ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ଗୁଣୁପୁର ବ୍ଲକର କୁଳସିଂଗ ଗ୍ରମପଂଚାୟତର ଗାଇଲୁଙ୍ଗ ଗାଁ କୁ ଯିବା ପାଇଁ ରାସ୍ତା ଟିଏ ମଧ୍ୟ୍ୟ ନାହିଁ | ଏହି ଗାଁ କୁ ପାଦରେ ଚାଲି ଚାଲି ଯିବା ବହୁ କଷ୍ଟକର ବ୍ୟାପାର | ମୋଟର ଗାଡି ତ ସାତ ସପନ ଦେଶ ସ୍ୱାଧୀନ ହୋଇ ୭୩ବର୍ଷ ଅତିକ୍ରମ କରିଛି କିନ୍ତୁ ଏହି ଗ୍ରାମବାସି ପ୍ରତି ପାଞ୍ଚ ବର୍ଷରେ ଠାରେ ନିଜର ଲୋକ ପ୍ରତିନିଧିଙ୍କୁ ଭୋଟ ଦେଇ ନିର୍ବାଚିତ କରିଆସୁଛନ୍ତି |

ସେହି ଲୋକଙ୍କ ଭୋଟରେ ବିଧାୟକ ହୁଅନ୍ତୁ ବା ଲୋକ ସଭା ସାଂସଦ ନିର୍ବାଚିତ ହୋଇ ବିଧାନସଭା ଓ ଲୋକସଭାକୁ ଯାଇଥାନ୍ତି କିନ୍ତୁ ପରବର୍ତୀ ମୁହୂର୍ତରେ ଲୋକଙ୍କୁ ଭୁଲି ଯାଇଥାନ୍ତି | କିନ୍ତୁ ବର୍ତମାନର ନବ ନିର୍ବାଚିତ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଓ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଜନଜାତି ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ଉନୟନ ବିଭାଗ ଶ୍ରୀ ଜଗନ୍ନାଥ ସାରକା ଓ ନବ ନିଯୁକ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଠା ଶ୍ରୀ ସୁଧୀର ଦାସ କୁଳସିଂଗ ଠାରୁ ଦୁର୍ଗମ ପାହାଡିଆ ଅଂଚଳ ରାସ୍ତା ଚାଲି ଚାଲି ୫ କିଲୋମିଟର ଅତିକ୍ରମ କରି ପାହାଡ଼ ଶିଖରେ ଅବସ୍ତିତ ଗାଇଲୁଙ୍ଗ ଗାଁ ରେ ପହଂଚିଥିଲେ | ଏହି ତିନି ନେତା ସ୍ୱାଧୀନତାର ୭୩ ବର୍ଷ ପରେ ଏହି ପାହାଡିଆ ଅଂଚଳରେ ପାଦ ପକାଇ ଥିଲେ ଓ ସେହି ଗ୍ରାମର ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ | ଯେଉଁ ଗ୍ରାମକୁ ଚାଲି କି ଯିବା ପାଇଁ ରାସ୍ତା ନାହିଁ ସେହିଠାରେ ବିକାଶ କିପରି ପହଂଚି ଥିବ ବିଚାର କରିବା କଥା | ସେ ଯାହା ହେଉନା କାହିଁକି ମନ୍ତ୍ରୀ ବିଧାୟକ ଉପଦେଷ୍ଠା ସେହି ଗ୍ରାମରେ ପହଂଚି ଲୋକଙ୍କ ସହିତ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଓ ସାଧାରଣ ସାମଗ୍ରୀ ଗାଁ କୁ ଆଣିବା ଉପରେ ଆଲୋଚନା କରିଥିଲେ |

ଖୁବ ଶୀଘ୍ର ଏହାର ବ୍ୟବସ୍ଥା କରାଯିବ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ସ୍ଥାନୀୟ ଲୋକେ ନିର୍ବାଚିତ ପ୍ରତିନିଧିଙ୍କୁ ପାଖରେ ପାଇଁ ଗ୍ରାମବାସି ବହୁ ଆନନ୍ଦିତ ହୋଇଥଲେ | ଜଙ୍ଗଲ ମଧ୍ୟରେ ରହି ଜଙ୍ଗଲୀ ଜୀବନ ବିତାଉଥିବା ଏହି ଆଦିବାସୀ ଶୁଣିବାକୁ କେହି ନଥିଲେ କିନ୍ତୁ ଏହି ନେତାଙ୍କୁ ଗାଁ ରେ ପାଇଁ ଗ୍ରାମବାସୀ ନିଜର ପାରମ୍ପରିକ ବାଦ୍ୟ ଓ ଆଦିବାସୀ ନୃତ୍ୟ ର ତାଳେ ତାଳେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ | ଏଥିରେ ପୂର୍ବରୁ ବିଧାୟକ ରାମନାଗୁଡ଼ା ଠାରୁ ଅଳ୍ପ ଦୂର ରେ ଅବସ୍ଥିତ କୋଣ୍ଡା ବାରିଡି ଗ୍ରାମକୁ ଚାଲି ଚାଲି ଯାଇଥିଲେ ବର୍ତମାନ ନେତା ବିଧାୟକ ମନ୍ତ୍ରୀ ଚାଲି ଚାଲି ପାହାଡ଼ ଘେରାଗାଁ ରେ ପହଂଚୁଛନ୍ତି ଆଗାମୀ ଦିନରେ ଏହି ଗ୍ରାମର ବିକାଶ ପାଇଁ ଜନପ୍ରତିନିଧି କଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା | ଆଜିର ଏହିଗସ୍ତ ସମୟରେ ବିଜୁ ଜନତା ଦଳର ବରିଷ୍ଠ ନେତା ଗୋଦାବରୀ ରାଉତ ଗଗନ ବିହାରୀ ଆଚାର୍ଯ୍ୟ ରଂଜିତ ପାଣିଗ୍ରାହୀ ଜ଼ିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ ବ୍ଲକ ଅଧକ୍ଷା ଦେବକୀ ଗମାଙ୍ଗ ମାର୍କ ଦଳ ବେହେରା ଇସ୍ମାଇଲ ଶବର ଉପସ୍ଥିତ ରହିଥିଲେ |

Comments are closed.