ବିନିକା ପଂଚାୟତ ସମିତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା (୨୧/୦୯): ବିନିକା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ସଭାପତିତ୍ୱରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବିନିକା ଜିପିଓ ଦୀନବନ୍ଧୁ ମଲ୍ଲିକ ବିବରଣୀ ପାଠ କରିଥିଲେ |

ସମିତି ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟ ପରିମଳ ବିଦ୍ୟୁତ ବୃକ୍ଷରୋପଣ ଶିଳ୍ପ ଜନଜାତି ମଙ୍ଗଳ କେନାଲ ପାଣି, ଖାଦ୍ୟ ଯୋଗାଣ ଓ ଶିକ୍ଷା ସମେତ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା | ଏଥିରେ ବାଣିଜ୍ୟ ପରିବହନ ଓ ଯୋଜନା ସମନ୍ୱୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା, ବିନିକା ବିଡ଼ିଓ ବିଶ୍ୱରଂଜନ ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷ ପୁଷ୍ପ କର୍ଣ୍ଣ, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ପଣ୍ଡା, ସହକାରୀ ଯନ୍ତ୍ରୀ ଅନୁପମ ଗଣିକ, ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ପଦାଧିକାରୀଗଣ , ସମସ୍ତ ଗ୍ରାମ ପଂଚାୟତ ର ସମିତି ସଭ୍ୟ ଓ ସରପଞ୍ଚ ମାନେ ଅଂଶଗ୍ରହଣ କରିଥିଲେ | ଏଥିରେ ବ୍ଲକ୍ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |

Comments are closed.