ଦୟନୀୟ ଅବସ୍ଥାରେ ରାୟଗଡ଼ା ଓଭର ବ୍ରିଜ : ବଡ଼ ଦୁର୍ଘଟଣା ଆଶଙ୍କାରେ ଜନସାଧାରଣ

0
181
ଦୟନୀୟ ଅବସ୍ଥାରେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୯/୧୦) : ଦୟନୀୟ ଅବସ୍ଥାରେ ରାୟଗଡ଼ା ସହର ର ଜୀବନ ରେଖା ପାଲଟିଥିବା ଓଭର ବ୍ରିଜ । ଏହି ବ୍ରିଜ ଏବେ ମରଣଜନ୍ତା ପାଲଟିଛି ଖଣ୍ଡିଆ ଖାବରା ଅବସ୍ଥାରେ ରହିଛି ।WhatsApp Image 2022 10 09 at 12.41.27 PM ଦୟନୀୟ ଅବସ୍ଥାରେ ରାୟଗଡ଼ା ଓଭର ବ୍ରିଜ : ବଡ଼ ଦୁର୍ଘଟଣା ଆଶଙ୍କାରେ ଜନସାଧାରଣ

ତେଣୁ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କାରେ ଜନସାଧାରଣ । ଏହା ତିଆରି ହେଇ ଦୀର୍ଘ କୋଡିଏ ବର୍ଷରୁ ଅଧିକ ହେବ । ବିଜୟୱାଡା ଠାରୁ ରାଞ୍ଚି ପର୍ଯ୍ୟନ୍ତ ମାଲ ପରିବହନ ଯାନ ବାହାନ ଏହି ବ୍ରିଜ ଦେଇ ଗତି କରୁଛି । ହେଲେ ବର୍ତ୍ତମାନ ସୁଦ୍ଧା ଏହାର ମରାମତି କରାଯାଇ ନ ଥିବାରୁ ଏହା ଦୟନୀୟ ଅବସ୍ଥାରେ ରହିଛି । ଆଉ ଅନ୍ୟ ବାଟ ନ ପାଇ ଜନସାଧାରଣ ଏହି ବ୍ରିଜ ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ପ୍ରକାଶ ଥାଉ କି ଏହି ବ୍ରିଜ ଉପରେ ପ୍ରତ୍ୟେକ ଦିନ ଶହ ଶହ ଯାତ୍ରୀ ବାହୀ ଗାଡି ଓ ଭାରୀଯାନ ଯାତାୟାତ କରିବାକୁ ପଡିଥାଏ କିନ୍ତୁ, ଏହାର କଂକ୍ରିଟ ବାହାରି ଲୁହା ଛଡ଼ ମଧ୍ୟ ବାହାରି ଆସିଲାଣି ତେଣୁ ଲୋକମାନେ ଦୁର୍ଘଟଣା ର ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଏହି ବିଷୟରେ ଭାରତ ନିର୍ମାଣ ସେବା ପାର୍ଟି ତରଫରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଓ ରାଜ୍ୟର ମୁଖ୍ୟ ମନ୍ତ୍ରୀଙ୍କୁ ଜଣାଇଥିବାର ଜଣା ପଡିଛି ହେଲେ ଏହାର କିଛି ଉଚିତ ପଦକ୍ଷେପ ନ ନିଆଯାଇବାର ଦୁଃଖ ପ୍ରକାଶ କରିଛନ୍ତି । ରାସ୍ତା ନିର୍ମାଣ ସଂସ୍ଥା ର ନାକ ତଳେ ଏଭଳି ଘଟଣା ଘଟିଥିଲେ ହେଁ କିଛି ପଦକ୍ଷେପ ନ ନିଆଯିବାରୁ ସାଧାରଣଙ୍କ ମହଲରେ ଅସନ୍ତୋଷ ସହ ବଡ଼ ବିପଦ ର ଆଶଙ୍କା କରିଛନ୍ତି ଲୋକେ ।

ଏ ଖବର ସ୍ଥାନୀୟ କର୍ମୀଙ୍କ ମୁଖରୁ ଜାଣି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଆଜି ଏହି ସ୍ଥାନ ର ପରିଦର୍ଶନ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ କଡା ଭାଷାରେ ଭର୍ଶନା କରିବା ସହ ଏହାର ତୁରନ୍ତ ମରାମତି କରାଯାଉ ନଚେତ, ଆଗାମୀ ଦିନରେ ରାଜ ରାସ୍ତାକୁ ପାର୍ଟି ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏହି ସମସ୍ୟା କୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି ଅନେକ ସଙ୍ଗଠନ ଅଭିଯୋଗ କରିଛନ୍ତି କି ଜିଲ୍ଲାପାଳ ସ୍ଵଧା ଦେବ ସିଂ ଙ୍କ ଅଧିକ କାମ ର ଅଗ୍ରଗତି ପାଇଁ ଧ୍ୟାନ ଦେଉଥିବାର ଖବର ଗଣ ମାଧ୍ୟମରେ ପ୍ରଚାରିତ ହେଉଛି ଏହି ବିଷୟରେ ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।