ହଳଦୀ ପଂଚାୟତ ସାପ୍ତାହିକ ହାଟରେ ଟ୍ରାଫିକ ସମସ୍ୟା

ରିପୋର୍ଟ: ଭଗବାନ ମହାନ୍ତି
ମୁରିବାହାଲ(୨୦/୦୯): ମୁରିବାହାଲ ବ୍ଲକ ହଳଦୀ ଗ୍ରାମ ପଂଚାୟତ ସାପ୍ତାହିକ ହାଟ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ | ଏହି ରାସ୍ତାଟି ମୁରିବାହାଲ ବ୍ଲକର ମୁଖ୍ୟ ରକ୍ତ ଥିବା ସଂଗେ ୫୯ନ ଜାତୀୟ ରାଜପଥକୁ ସଂଯୋଗ କରିଥାଏ |

ସାପ୍ତାହିକ ହାଟ ପ୍ରତି ଶୁକ୍ରବାର ଦିନ ବସିଥାଏ | ରାସ୍ତାର ଉଭୟ ପାର୍ଶ୍ୱରେ ପସରା ଲାଗିଥିବାରୁ ଲୋକେ ନାହିଁ ନ ଥିବା ଟ୍ରାଫିକ ସମସ୍ୟା ଭୋଗିଥାନ୍ତି | ରାସ୍ତାର ପ୍ରାୟତଃ ଦୁଇ ଚକିଆ, ଚାରିଚକିଆ ଯାନବାହାନ ଲାଗିରହିଥାଏ | ଫଳରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଟ୍ରାଫିକ ସମସ୍ୟା ଭୋଗିବାକୁ ପଡିଥାଏ | ସିସି କ୍ୟାମେରା ଲଗାଇ ଥିବା ପ୍ରଥମ ପଂଚାୟତ ହଳଦୀ ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ସାପ୍ତାହିକ ବଜାରର ଟ୍ରାଫିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି | ସ୍ଥାନୀୟ ସରପଞ୍ଚ ଗୋପୀନାଥ ପାଣିଗ୍ରାହୀଙ୍କୁ ପଚାରିବାରୁ ମୁ ଏ ବିଷୟରେ ଅବଗତ ଅଛି , କିଛି ଲୋକଙ୍କ ଜବରଦଖଲ ଯୋଗୁଁ ଏହି ସମସ୍ୟା ଉପୁଜିଥିବା ପ୍ରକାଶ କରିଥିଲେ ଏବଂ ମୁ ଏ ବିଷୟରେ ସମସ୍ତଙ୍କୁ ଜଣାଇଛି ଓ ସମସ୍ତେ ସହଯୋଗ କରିବେ ବୋଲି ମୋର ଆଶା ଏବଂ ବିଶ୍ୱାସ ଏହି ସମସ୍ୟାର ସମାଧାନ ଶୀଘ୍ର ହୋଇଯିବ ବୋଲି ମଧ୍ୟ କହିଥିଲେ |

Comments are closed.