ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସାରା ପରିବାର ରୋଗରେ ଆକ୍ରାନ୍ତ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରାଗାଁ(୨୧/୦୯/୨୦୧୯): ଦୀର୍ଘ ତିନି ବର୍ଷ ହେଲା ସ୍ୱାମୀ କର୍କଟ ରୋଗରେ ଆକ୍ରାନ୍ତ । ତାସହିତ ଛଅବର୍ଷ ଧରି ବଡ଼ ଝିଅ ରକ୍ତହୀନତାର ଶିକାର । ଅନ୍ୟପଟେ ପରିବାରରେ କେହି ରୋଜଗାର କ୍ଷମତା ନଥିବାରୁ ସାନ ଝିଅ ପାଠ ପଢା ଛାଡି ଅନ୍ୟ ଘରେ କାମ କରି ଯାହା ରୋଜଗାର ହୁଏ ସେଥିରେ ପରିବାର ଚଲେ ।ତେବେ ଉଭୟଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଦୃଶ୍ୟ ଦେଖିବାକୁ ମିଲିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ସଦର ମହକୁମା ଜୟନ୍ତୀନଗର ଠାରେ |

ନବରଙ୍ଗପୁର ଜିଲ୍ଲା ଝରିଗାଁ ଜୟନ୍ତୀନଗରରେ ରୁହନ୍ତି ନକୁଳ ହରିଜନ । ନକୁଳଙ୍କ ପରିବାର କହିଲେ ସ୍ତ୍ରୀ ଧନମତି ସହ ଦୁଇ ଝିଅ ଗୋଟେ ଛଅବର୍ଷର ପୁଅ । ନକୁଳ ଦିନ ମଜୁରିଆ ଭାବେ କାମକରି ନିଜର କୁଟୁମ୍ବ ପୋଷନ୍ତି । ପ୍ରଥମେ ଛଅ ବର୍ଷ ତଳେ ଦୁତୀୟ ଝିଅ ମୁକୁତାର ଦେହ ଖରାପ ହେବାରୁ ଡାକ୍ତର ତାଙ୍କୁ ରକ୍ତହୀନତାର ଶିକାର ହୋଇଛି ବୋଲି କହିଥିଲେ ଏବଂ ହିମଗ୍ଲୋବୀନ କମ ରହୁଥିବାରୁ ରକ୍ତ ଦରକାର କିନ୍ତୁ ମୁକୁତାର ଏବି ନେଗେଟିଭ ଗୃପ ଥିବାରୁ ମିଳିବା କଷ୍ଟକର ହୋଇଥାଏ | ଏହିପରି ସ୍ଥିତିରେ ଆଜିକୁ ତିନିବର୍ଷ ପୂର୍ବେ ନକୁଳଙ୍କୁ ହଠାତ ଜ୍ୱର ହୋଇ ପେଟ ବଥା ହେବାରୁ ଡାକ୍ତର ଚିକିତ୍ସା କରିବାରୁ ଜଣା ପଡିଥିଲା ନକୁଳଙ୍କୁ କର୍କଟ ରୋଗ ହୋଇଛି ବୋଲି ।ଏବଂ କର୍କଟ ରୋଗର ଚିକିତ୍ସା ନିମନ୍ତେ କଟକ ମେଡ଼ିକାଲ ନେବାନିମନ୍ତେ ଡାକ୍ତର କହିଥିଲେ କିନ୍ତୁ ଅର୍ଥର ଅଭାବ ନିମନ୍ତେ ଚିକିତ୍ସା ନହୋଇ ଘରେ ପଡିରହିଛନ୍ତି ନକୁଳ । ସେପଟେ ରୋଜଗାର କ୍ଷମ ସ୍ବାମୀ ଘରେ ରୋଗଶଯ୍ୟାରେ ପଡିରହିବା ଫଳରେ ସାନଝିଅ ଜାନକୀ ନବମ ଶ୍ରେଣୀରୁ ପାଠ ଛାଡି ଅନ୍ୟ ଘରେ କାମକରି ଯାହା ରୋଜଗାର ହୁଏ ତାକୁ ଉଭୟଙ୍କ ପାଇଁ ଔଷଧ ଓ ପରିବାରର ନିମନ୍ତେ କିଛି ଖାଦ୍ୟ କିଣି ଥାଆନ୍ତି । ଏମିତି ବହୁ ଅଭାବ ଅନାଟନରେ ମାଗିଯାଚି ଚଳୁଛନ୍ତି ନକୁଳଙ୍କ ପରିବାର । ସ୍ବାମୀଙ୍କର ରୋଗର ଉପସମ ପାଇଁ ପତ୍ନୀ ଧନମତି ଓ ସ୍ଥାନୀୟ ବାସିନ୍ଦା ସରକାରଙ୍କ ସହାୟତା ମାଗୁଛନ୍ତି ।ତେବେ ଏହି ନକୁଳ ଆଉ ମୁକୁତା କୁ କେବେ ସରକାରୀ ସୟାୟତ ମିଳିବ ଦେଖିବାକୁ ରହିଲା ।

Comments are closed.