ଆଜି ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମାଁ’ ସମଲେଇ

0
166
ଆଜି ରାଜରାଜେଶ୍ୱରୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୯/୧୦) : ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ’ ସମଲେଇଙ୍କର ଆଜି ରାଜରାଜେଶ୍ୱରୀ ବେଶ । ସଂଧ୍ୟାରେ ଆଜି ଆଳତି ସହ ଧ୍ୱଜାରୋହଣ ଅନୁଷ୍ଠିତ ହେବ ।

ଆଜି ରାଜରାଜେଶ୍ୱରୀ ବେଶ ପାଇଁ ମନ୍ଦିର ଚୂଡ଼ାରେ ଲାଗିଥିବା ପତାକା ବା ଧ୍ୱଜାକୁ ପରିବର୍ତ୍ତନ କରାଯାଇ ନୂଆଁ ଧ୍ୱଜା ଲାଗିବ । ପରମ୍ପରା ଅନୁଯାୟୀ, କୁମାର ପୂର୍ଣ୍ଣିମା ଦିନ ମାଁ’ ସମଲେଶ୍ୱରୀଙ୍କର ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥାଏ । ଅପରାହ୍ନ ୩ଟାରୁ ୪ଟା ୩୦ ପର୍ଯ୍ୟନ୍ତ ରାଜରାଜେଶ୍ୱରୀ ବେଶ ପାଇଁ ଦର୍ଶନ ବନ୍ଦ ରହିବ । ୪ ଟା ୩୦ ରୁ ରାଜରାଜେଶ୍ୱରୀବେଶ ଦର୍ଶନ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସଂଧ୍ୟା ୭ ଟା ୩୦ ରୁ ରାତି ୯ ଟା ୩୦ ଯାଏଁ ଧ୍ୱଜାରୋହଣ ଲାଗି ସାଧାରଣ ଦର୍ଶନ ବନ୍ଦ ରହିବ । ପରେ ରାତି ୯ ଟା ୩୦ ରୁ ୧୧ ଟା ଯାଏଁ ରାଜରାଜେଶ୍ୱରୀ ବେଶ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ ।