୧୫୦ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତି ଯୋଗିତା

ରିପୋର୍ଟ: ନିରୋଜ ପାଣି
ପଦ୍ମପୁର(୨୧/୦୯): ପଦ୍ମପୁର ରାଜବୋଡ଼ାସମ୍ବର ବ୍କକ ବରିକେଲ ଆଞ୍ଚଳିକ ସାଧନା କେନ୍ଦ୍ରରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକାର ଯଥା ପ୍ରବନ୍ଧ, କୁଇଜ୍,ବକ୍ତୃତା ଆଦି ପ୍ରତି ଯୋଗିତା ଅନୁଷ୍ଠିତ ହୋଇଯାଇଛି |

ଆଞ୍ଚଳିକ ସାଧନା କେନ୍ଦ୍ରର ସଂଯୋଜକ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାଧନ କେନ୍ଦ୍ରର ୧୧ଟି ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ | ମୁଖ୍ୟଅତିଥି ରୂପେ ପଦ୍ମପୁର ଏ ବି ଓ ଜୟ କୁମାର ସାହୁ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ମହାତ୍ମା ଗାନ୍ଧୀଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ ।

Comments are closed.