କାଶୀପୁରରେ ଛାତ୍ରଛାତ୍ରୀ ମାନଙ୍କ ବ୍ଲକ ସ୍ତରୀୟ ବକୃତା ଓ ଚିତ୍ରାଙ୍କ ପ୍ରତିଯୋଗିତା

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୨୧/୦୯): କାଶୀପୁର ବ୍ଲକରେ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଜୁନିୟର ଓ ସିନିୟର ସ୍ତରରେ ବକୃତା, ଚିତ୍ରାଙ୍କନ, କୁଇନ ପ୍ରତିଯୋଗିତା ହୋଇଥିଲା |

ଏହି ପ୍ରତିଯୋଗିତାରେ କାଶୀପୁର ବ୍ଲକର ସମସ୍ତ ବିଦ୍ୟାଳୟରୁ ପ୍ରାୟ ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇ ଥିବା ବେଳେ କନିଷ୍ଠ ବିଭାଗ ଚିତ୍ରାଙ୍କନରେ ସନ୍ୟାସୀ ଝୋଡିଆ ଓ ବରିଷ୍ଠ ବିଭାଗରେ ଭାସ୍କର ମାଝୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଇଲେ କୁଇଜରେ ସଂଯୁକ୍ତ ମାଝୀ, ଵିଶେକ ନାୟକ ଓ ବକୃତରେ ଉମେଶ ନାୟକ ଓ ଅଜୟ କୁମାର ନାୟକ ମନୋନୀତ ହୋଇଛନ୍ତି | ଏହି କାର୍ଯ୍ୟକ୍ରମରେ ଉଚ୍ଚ ଵିଦ୍ୟାଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୁଳମଣି ବଳିୟାର ସିଂହ ଓ ସମ୍ମାନିତ ଅତିଥି ଭାବେ ଏବିଇଓ ଶ୍ରୀ ରେଙ୍ଗୁ ନାୟକ ଓ ଶ୍ରୀ ନବୀନ ଖରା ଯୋଗ ଦେଇଥିଲେ | ଶିକ୍ଷକ ଶ୍ରୀ ଜିତେନ୍ଦ୍ର ବୈଦ୍ୟ, ଶ୍ରୀ କୁଞ୍ଜ ବିହାରୀ ମେହେର ପରିଚାଳନା କରିଥିଲେ | ଏଭଳି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣକୁ ପ୍ରତିଫଳିତ କରିବା ବୋଲି ମୁଖ୍ୟ ଅତିଥି ଶ୍ରୀ ବଳିୟାର ସିଂ କହିଥିଲେ | ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା |

Comments are closed.