କାଶୀପୁର ବ୍ଲକ ଆଦିବାସୀ ଯୁବକଙ୍କ କୃତିତ୍ୱ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୨୦/୦୯): କାଶୀପୁର ବ୍ଲକ ସିନ୍ଦୁରଘାଟି ଗ୍ରାମର ଆଦିବାସୀ ଯୁବକ ଶ୍ରୀ ସୁମନ୍ତ ମାଝୀ ରାଜ୍ୟ ସିଲେକସନ ବୋର୍ଡ ତରଫରୁ ହୋଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ମନୋନୀତ ହୋଇଛନ୍ତି |

ସୂଚନା ଥାଉ କି ଯେ ସବୁବେଳେ ପଛୁଆ ଭାବେ ଜଣାଯାଇଥିବା ଏହି ବ୍ଲକରେ ଏହି ଯୁବକ ସୁମନ୍ତ ମାଝୀଙ୍କୁ କାଶୀପୁର ମାଟିକୁ ଗର୍ବିତ କରିବା ସହ ସେ ଏହି ପରୀକ୍ଷାରେ ରାଜ୍ୟ ଆଦିବାସୀ ମାନଙ୍କ ମଧ୍ୟରେ ୬ଷ୍ଠ ସ୍ଥାନ ଅଧିକାରୀ କରିଛନ୍ତି | ସେ ତାଙ୍କର ହାଇସ୍କୁଲ ପାଠ କାଶୀପୁର ଉଚ୍ଚ ବିଦ୍ୟାଳୟରେ ଶେଷ କରିଥିବାବେଳେ +୨ ମାଣିକେଶ୍ବରୀ ଆଦିବାସୀ ମହାବିଦ୍ୟାଳୟ ରେ ଏବଂ +୩ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସମ୍ପର୍ଣ୍ଣ କରିଥିବାବେଳେ ଏମ.ଏ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶେଷ କରିଥିଲେ | ତାଙ୍କର ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଥିବା ବେଳେ ସିନ୍ଦୁରଘାଟି ଅଂଚଳର ଚାଷୀ ଫୁଲ କୁମାର ମାଝୀ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଉଜ୍ବଳ ଦେଇ ମାଝୀଙ୍କ ସାନପୁଅ ଅଟନ୍ତି | ଚାଷୀ ଘର ରୁ ଜନ୍ମ ହୋଇ ମଧ୍ୟ ଏଭଳି କୃତିତ୍ୱ ପାଇଥିବାରୁ ତାଙ୍କ ପାଇଁ କାଶୀପୁର ଅଞ୍ଚଳବାସୀ ଗର୍ବିତ ବୋଲି ସାଧାରଣରେ ପ୍ରକାଶ ପାଇଛି |

Comments are closed.