ସରକାରୀ ମେଡିକାଲ କଲେଜକନ୍ଧମାଳରେ ପ୍ରତିଷ୍ଠା ନେଇ ମିଳିତ ନାଗରିକ ମଞ୍ଚର ଦାବୀପତ୍ର

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୨୧/୦୯): କନ୍ଧମାଳ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀ ପତ୍ର ମିଳିତ ନାଗରିକ ମଞ୍ଚ ବାଲିଗୁଡା ତରଫରୁ ବାଲିଗୁଡା ଵିଡ଼ିଓ ନରେଶ ଚନ୍ଦ୍ର ଶବରଙ୍କୁ ପ୍ରଦାନ କରାଯାଇଛି |

ଏଥିରେ ବାଲିଗୁଡାର ବରିଷ୍ଠ ନାଗରିକ ଆଇନଜିବି କୌଶିକ ସାହୁ, ଶିକ୍ଷାବିତ ରାଜ କିଶୋର ପାଢ଼ୀ ବନବାସୀ ଅନୁଷ୍ଠାନର ସହ ସମ୍ପାଦକ ରବୀନ୍ଦ୍ର ପଣ୍ଡା, ବିଶ୍ୱଜିତ ଜେନା, ଶାନ୍ତି ଓ ମୈତ୍ରୀ ସମ୍ପାଦକ ଭଗବାନ ଜେନା, ଅଟୋ ଚାଳକ ସଂଘ ସଭାପତି ତାପସ କୁମାର ନାୟକ ବରିଷ୍ଠ ସାମ୍ବାଦିକ ପ୍ରକାଶ ନାୟକ, ପ୍ରମୋଦ ଦଣ୍ଡସେନା, ଲେଖକ ରବୀନ୍ଦ୍ର ନାଥ ରଥ ସମେତ ବାଲିଗୁଡାର ବିଭିନ୍ନ ସଙ୍ଘଠନର ଶତାଧିକ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ |

Comments are closed.