ତରବୋଡ଼ ଜବାହର ନବୋଦୟରେ ଅଭିଭାବକ ବୈଠକ ଅନୁଷ୍ଠିତ

ରିପୋର୍ଟ: ନିରୋଜ ପାଣି
ନୂଆପଡା (୨୧/୦୯): ଆଜି ନୂଆପଡ଼ା ଜିଲ୍ଲାର ତରବୋଡ଼ ଜବାହାର ନବୋଦୟ ବିଦ୍ୟାଳୟର VMC ଓ VAC ମିଟିଙ୍ଗ ଅନୁଷ୍ଠିତ ହୋଇଥିଲା |

ସେହି ବୈଠକରେ JNVର ଚେୟାରମ୍ୟାନ ଆଦରଣୀୟ ନୂଆପଡ଼ା ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ସାହୁ ମହୋଦୟା, JNV ଅଧକ୍ଷ୍ୟା ସୁଶ୍ରୀ ଶାନ୍ତି ମହାନ୍ତି, କଳାହାଣ୍ଡି ଲୋକସଭା ସାଂସଦ ପ୍ରତିନିଧି ଶ୍ରୀ ସୁରେଶ ଅଗ୍ରୱାଲ, ଜିଲ୍ଲା ପରିଷଦ ଚେୟାରମ୍ୟାନ ଶ୍ରୀମତୀ ନମିତା ପ୍ରଧାନ,CDMO, WESCO SDO, PWD SDO ଓ ଜବାହର ନବୋଦୟ ବିଦ୍ୟାଳୟର ଅନ୍ୟାନ୍ୟ ନେତୃମଣ୍ଡଳୀ ଯୋଗଦାନ କରି ବିଦ୍ୟାଳୟର ଅନେକ କିଛି ସମସ୍ୟାର ସମାଧାନ ପାଇଁ ଚର୍ଚ୍ଚା ଆଲୋଚନା କରାଯାଇଛି | ଶେଷରେ ବିଦ୍ୟାଳୟରେ ଵୃକ୍ଷ ରୋପଣ କରାଯାଇଥିଲା |

Comments are closed.