କଥା ଦେଇ କଥା ରଖିଲେ ସରପଞ୍ଚ ପି. କିରନଲତା

0
145
କଥା ଦେଇ

ରିପୋର୍ଟ : ନରତ୍ତମ ପାଢ଼ୀ
ବିଷମ କଟକ, (୮/୧୦) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ବଡ଼ମଟକବାଡ଼ି ହରିଜନ ସାହିରେ ପାଣି ର ବହୁତ ସମସ୍ୟା ଥିବା ସମୟରେ ସରପଞ୍ଚ ପାଣି ର ସମସ୍ୟା ଦୂର କରିବା ପାଇଁ ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିଲେ ।WhatsApp Image 2022 10 08 at 7.12.40 PM କଥା ଦେଇ କଥା ରଖିଲେ ସରପଞ୍ଚ ପି. କିରନଲତା

ବର୍ତ୍ତମାନ ନିର୍ବାଚନ ର ୫ ମାସ ପରେ ସେହି ଗ୍ରାମରେ ଡବଲ ସୋଲାର ପମ୍ପ କରି ପାଣି ର ସମସ୍ୟା ଦୂର ହୋଇଛି ବୋଲି ଗ୍ରାମବାସୀ ଖୁସି ପ୍ରକଟ କରିଛନ୍ତି । ଏଥି ପାଇଁ ଗ୍ରାମବାସୀ ସରପଞ୍ଚ ପି. କିରନଲତା, ସମିତି ସଭ୍ୟ ସୁବାସ ମେଲାକା କୁ ଧନ୍ୟବାଦ ଦେବା ସହ ଚାଟିକଣା ବିଜୁ ଜନତା ଦଳ କର୍ମକର୍ତ୍ତା ଙ୍କୁ ବହୁତ ବହୁତ ଧନ୍ୟବାଦ ବୋଲି ମତପ୍ରକାଶ ଦେଇଛନ୍ତି ।