ପୁଣି ପଥର କ୍ଵାରୀ ପ୍ରସଙ୍ଗ ଉଠାଇଲା ଜିଲ୍ଲା ପ୍ରଶାସନ

0
190
ପୁଣି ପଥର କ୍ଵାରୀ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୮/୦୯) : ବର୍ଷକରୁ ଉର୍ଦ୍ଧ୍ୱ ସମୟ ହେବ ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ପୁଣି ପଥର କ୍ଵାରୀ ଓ କ୍ରସରକୁ ନେଇ ଚାଲିଛି ଛକାପଞ୍ଝାWhatsApp Image 2022 10 08 at 6.48.03 PM ପୁଣି ପଥର କ୍ଵାରୀ ପ୍ରସଙ୍ଗ ଉଠାଇଲା ଜିଲ୍ଲା ପ୍ରଶାସନ

ଏସବୁ ବିବାଦ ର ଅନ୍ତ ହେଲା ଆଉ କ୍ରସର ଚାଲିବନି ବୋଲି ଗତବର୍ଷ ସେପ୍ଟେମ୍ବର ୨୫ ତାରିଖ କ୍ରସର କ୍ଵାରୀ ମାଲିକ, ଗ୍ରାମବାସୀ, ପୁଲିସ, ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଘୋଷଣା କରିଥିଲେ । କିନ୍ତୁ ପୁଣି ପଥର କ୍ଵାରୀ ପ୍ରସଙ୍ଗ ଉଠାଇଲା ଜିଲ୍ଲା ପ୍ରଶାସନ । ଅତୀତ ଦିନରେ ଏ ଘଟଣା ନେଇ ହରଭଙ୍ଗା ପଞ୍ଚାୟତ ସମିତି ବୈଠକ ମଧ୍ୟ ଅଚଳ ହୋଇଥିଲା । ପଞ୍ଚାୟତ ସମିତିରେ ଏବଂ ଗ୍ରାମସଭାରେ ଆଉ ପଥର କ୍ଵାରୀ କ୍ରସର ଖରଭୂଇଁ ଗ୍ରାମରେ ନଚଲାଇବା ପାଇଁ ସର୍ବସମ୍ମତ୍ତି ନିଷ୍ପତ୍ତିମାନ ଗ୍ରହଣ କରାଯାଇଥିଲା ।

ସବୁଠୁ ବଡକଥା ହେଲା ଅତୀତ ଦିନରେ PWD ବିଭାଗ ସମ୍ପ୍ରତି ଚାଲିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ନିମିତ୍ତ କ୍ୱାଲିଟି ଟେଷ୍ଟରେ ବିଫଳ ହୋଇଛି ଏ ଅଞ୍ଚଳ ର ପଥର । ମାତ୍ର ସବୁ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଲୋକଙ୍କ ଜୀବନ ଜୀବିକା ସ୍ୱାସ୍ଥ୍ୟ ପ୍ରଭୃତିକୁ ପଛକୁ ପକାଇ ପଥର କ୍ଵାରୀ ଓ କ୍ରସର ଚଲାଇବା ପାଇଁ ଆଗଭର ହୋଇଛି । ଗତକାଲି ବୌଦ୍ଧ ଜିଲ୍ଲାପାଳ, ଏସପି, ହରଭଙ୍ଗା ତହସିଲଦାର ଓ ବିଡିଓ ପ୍ରମୁଖ ଆସି ଘଟଣାସ୍ଥଳରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବାପରେ ଲୋକେ ରୋକଠୋକ ଜବାବ ଦେଇ କୌଣସି ପରିସ୍ଥିତିରେ କ୍ରସର ଓ କ୍ଵାରୀ ନଚଲାଇବା ପାଇଁ ନିବେଦନ କରିଛନ୍ତି ।

ଆଜି ପୁର୍ବାହ୍ନରେ କୌଣସି ପରିସ୍ଥିତିରେ କ୍ରସର କ୍ଵାରୀ ଚଲାଇ ନ ଦେବାକୁ ଜୁଲୁଙ୍ଗି ମାଟିଆଣି ପିଠରେ ଗ୍ରାମବାସୀ ପୁଣିଥରେ ନନ୍ଦା ଅଣ୍ଡା ଫଟେଇ ନିୟମ କରିଛନ୍ତିଯେ କୌଣସି ପରିସ୍ଥିତିରେ ବି କ୍ଵାରୀ ନଚଲେଇବାକୁ ଶପଥ ନେଇଛନ୍ତି । ଅପରପକ୍ଷରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କ୍ଵାରୀ ଚଲାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିବାରୁ ଆଗାମୀ ଦିନରେ ଯେକୌଣସି ଅଘଟଣ ଘଟିପାରେ ବୋଲି ସନ୍ଦେହ କରାଯାଉଛି ।