ଜିଲ୍ଲା ବିଜେପି ପକ୍ଷରୁ ଫଳ ଓ ବିସ୍କୁଟ ବଣ୍ଟନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୨୧/୦୯): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ସାରା ଦେଶରେ ସେବା ସପ୍ତାହ ରୂପେ ପାଳନ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ମାଝୀଗୁଡା ସ୍ଥିତ ପଣ୍ଡିତ ଦୟାଲ କନ୍ୟାଶ୍ରମ ଓ ମାନସିକ ଅନଗ୍ରସର ବିଦ୍ୟାଳୟ ଆଶା କିରଣଠାରେ ଅନ୍ତେବାସୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଯୁବନେତା ଗୋୖରୀ ଶଙ୍କର ମାଝୀ, ସାଧାରଣ ସମ୍ପାଦକ ଜଗଦୀଶ ବିଷୋୟୀ, ପୂର୍ବତନ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମନୋଜ ମହାଙ୍କୁଡ଼, ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପୂଜାରୀ, ଭୁବନ ନାୟକ, ଅମୁଲ୍ୟ ମିଶ୍ର ସମେତ ବହୁ କାର୍ଯ୍ୟକାର୍ତ୍ତା ଯୋଗ ଦେଇଥିଲେ ।

Comments are closed.