Thursday, March 28, 2024

Top 5 This Week

Related Posts

ଟ୍ରକ୍‌କୁ ପିଟିବା ପରେ ବସ୍‌ ଜଳିଲା : ୧୦ ମୃତ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନାସିକ, (୦୮/୧୦) : ଆଜି ସକାଳେ ମହାରାଷ୍ଟ୍ରର ନାସିକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ନାସିକର ଔରଙ୍ଗାବାଦରୋଡ଼ରେ ଏକ ବସ୍‌ ଟ୍ରକ୍‌କୁ ପିଟିବା ପରେ ନିଆଁ ଲାଗିଯାଇଥିଲା ।

ପିଟିଆଇ ରିପୋର୍ଟ ଅନୁସାରେ ଆଜି ଭୋର୍‌ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବସ୍‌ଟି ହୁତୁ ହୁତୁ ହୋଇ ଜଳୁଥିବା ଭିଡିଓ ଆସିଛି । ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନିଆଯାଇଛି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି । ବସଟି ୟବତମାଲରୁ ମୁମ୍ବାଇ ଯାଉଥିବାବେଳେ ଭୋର ସାଢ଼େ ୫ଟା ବେଳେ ନାଶିକର ଔରଙ୍ଗାବାଦ ରୋଡ଼ରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌କୁ ପିଟିବା ଫଳରେ ବସଟି ଜଳିଯାଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ବସଟି ଜଳିଯାଇଥିଲା । ଭୋର ସମୟରେ ଯାତ୍ରୀମାନେ ନିଦରେ ଥିବାରୁ ଓହ୍ଲାଇ ପାରିନଥିଲେ । ଫଳରେ ଅଗ୍ନିକାଣ୍ଡ ଯୋଗୁଁ ଶ୍ୱାସରୁଦ୍ଧ ଓ ପୋଡ଼ି ହଇ ପ୍ରାଣ ହରାଇଥିଲେ । ତେବେ ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ପହଞ୍ଚି ବସ୍ ଭିତରୁ କିଛି ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ଦୁର୍ଘଟଣାରେ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ଦାଦା ଭୁଷେ କହିଛନ୍ତି । ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

Popular Articles